ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା
ଢେଙ୍କାନାଳ ସହରସୁ ଆନନ୍ଦ ବଜାର ହୀରାସାଗର ପୋଖରୀ ଦକ୍ଷିଣ ପାର୍ଶ୍ବରେ ଥିବା ଶନିମନ୍ଦିର ପରିସରରେ ଥିବା ସାଇ ସାଗର ଧାମର ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଅଛି

ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା
ଢେଙ୍କାନାଳ, ୨୯୩: ଢେଙ୍କାନାଳ ସହରସୁ ଆନନ୍ଦ ବଜାର ହୀରାସାଗର ପୋଖରୀ ଦକ୍ଷିଣ ପାର୍ଶ୍ବରେ ଥିବା ଶନିମନ୍ଦିର ପରିସରରେ ଥିବା ସାଇ ସାଗର ଧାମର ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଭାଗିରଥୀ ସାଗରରୁ ସଂକୀର୍ତନ ଓ ୧୦୮ରୁ ଉର୍ଦ୍ଧ୍ବ ସାଇଭକ୍ତ ମହିଳାମାନେ କଳସ ପୂଜା କରି ଜଳ ଧାରଣ ପୂର୍ବକ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସାଇବାବାଙ୍କ ମନ୍ଦିରରେ ସ୍ଥାପନ କରିଥିଲେ । କଳସ ସ୍ଥାପନ ପରେ ଶୁଭଧ୍ୟାବାସ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ଶ୍ରୀଶ୍ରୀ ଶିରିଡା ସାଇବାବାଙ୍କର ପ୍ରଥମ ବାର୍ଷିକୋତ୍ସବ ପାଳନ କରାଯିବ ।