ଅଧିକ ସମୟ କୁଲରରେ ରହିବା ଶରୀର ପାଇଁ କ୍ଷତିକାରକ

ସବୁବେଳେ କୁଲରରେ ରହିବା ଶରୀର ପାଇଁ ଠିକ ହୋଇନଥାଏ । କୁଲରର ଲଗାତାର ବ୍ୟବହାର ଅନେକ ରୋଗକୁ ବଢ଼ାଇଥାଏ ।

ଅଧିକ ସମୟ କୁଲରରେ ରହିବା ଶରୀର ପାଇଁ କ୍ଷତିକାରକ

ଗରମ ଦିନରେ କୁଲର ବ୍ୟବହାର କରିବା ଅତି ସାଧାରଣ କଥା । କୁଲର ର ପବନ ଅଧିକ ଥାଏ । ଏହି ପବନରେ ପାଣିର ଛୋଟ ଛୋଟ ବୁନ୍ଦା ରହିଥାଏ ଯେଉଁଥି ପାଇଁ ପବନ ଅଧିକ ଲାଗିଥାଏ । ଅଧିକ ପବନ ପାଇଁ ଏହା ପଙ୍ଖା ଠାରୁ ଅଧିକ ଥଣ୍ଡା ଦେଇଥାଏ । କିନ୍ତୁ ସବୁବେଳେ କୁଲରରେ ରହିବା ଶରୀର ପାଇଁ ଠିକ ହୋଇନଥାଏ । କୁଲରରୁ ଯେଉଁ ଶବ୍ଦ ବାହାରେ ତାହା ବରକ୍ତିକର ହୋଇଥାଏ । ଅନ୍ୟପଟେ କୁଲରରୁ ବାହାରୁଥିବା ପାଣି, ଓ୍ଵାଟର ଭେପର ଅର୍ଥାତ ବାଷ୍ପ ରୂପରେ ବାହାରିଥାଏ । ଏପରି ପରିସ୍ଥିତିରେ, ଆଖପାଖ ପାଣିପାଗରେ ଯେତେବେଳେ ଆଦ୍ରତା ଥାଏ , ଏହା କୁଲର ପାଣି ସହ ମିଶି ଅଧିକ ଥଣ୍ଡା ସୃଷ୍ଟି କରେ । ଏହା ବ୍ୟତୀତ କୁଲରର ଲଗାତାର ବ୍ୟବହାର ଅନେକ ରୋଗକୁ ବଢ଼ାଇଥାଏ ।