ଦଶପଲ୍ଲାରୁ ପୁରୀ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ଅଭିମୁଖେ ବାହାରିଛି

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ଅଭିମୁଖେ ବାହାରିଛି । ଦଶପଲ୍ଲା ମହାବୀର ମନ୍ଦିରରେ ଆଜି ସକାଳେ ପୂଜାର୍ଚ୍ଚନା ପରେ ରଥକାଠ ପୁରୀ ଅଭିମୁଖେ ବାହାରିଛି । ୩ଟି ଟ୍ରକରେ ଶ୍ରୀମନ୍ଦିର ଅଭିମୁଖେ ଆସୁଛି ୧୦୨ଖଣ୍ଡ କାଠ। ଏଥିରେ ୫୦ଖଣ୍ଡ ଅସନ ଏବଂ ୫୨ଖଣ୍ଡ ଧଉରା କାଠ ରହିଛି। ସରସ୍ୱତୀ ପୂଜା ପୂର୍ବରୁ ପୁରୀରେ ପହଞ୍ଚିବ ରଥକାଠ।
ଶ୍ରୀପଞ୍ଚମୀ ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ ।