ବାଲୁକା କଳାରେ ମହା ପ୍ରଭୁଙ୍କ ବଡ଼ ସିଂହାର ବେଶ
ବାଲୁକା କଳାରେ ମହା ପ୍ରଭୁଙ୍କ ବଡ଼ ସିଂହାର ବେଶ ।

ବାଲୁକା କଳାରେ ମହା ପ୍ରଭୁଙ୍କ ବଡ଼ ସିଂହାର ବେଶ । ନୂଆବର୍ଷ ପାଇଁ ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନୂଆ ବର୍ଷର ଶୁଭକାମନା ଜଣାଇ ଏହାକୁ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ପୁରୀ ବେଳାଭୂମିରେ ପ୍ରଭୁ ଜଗନ୍ନାଥଙ୍କ ବଡ଼ସିଂହାର ବେଶ କରିଛନ୍ତି ସୁଦର୍ଶନ । ଜଗନ୍ନାଥ ମନ୍ଦିରରେ ବହୁ ପ୍ରାଚୀନ କାଳରୁ ଠାକୁରମାନେ ଦୈନନ୍ଦିନ ପ୍ରଥମେ ବସ୍ତ୍ର ଶୃଙ୍ଗାର, ଦ୍ୱିତୀୟରେ ଭୂଷଣ ଶୃଙ୍ଗାର ଓ ଶୟନ କାଳରେ ପୁଷ୍ପ ଶୃଙ୍ଗାରରେ ଭୂଷିତ ହୋଇଥାନ୍ତି । ବଡ଼ସିଂହାର ବେଶ ହେଉଛି ପୁଷ୍ପ ବେଶ । ନାନାଦି ପୁଷ୍ପାଳଙ୍କାରରେ ବିମଣ୍ଡିତ ଶ୍ରୀଜୀଉମାନଙ୍କ ଏହି ଆକର୍ଷଣୀୟ ବେଶ ମନଲୋଭା ।
ଏହି ବଡ଼ସିଂହାର ବେଶ ବାଲୁକା କଳା ମାଧ୍ୟମରେ ଅଙ୍କନ କରାଯାଇଛି । ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରାୟ 25 ଫୁଟର ଦିବ୍ୟ ମୂର୍ତ୍ତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ହୋଇଥିବା ଏହି ବିଶାଳ ବାଲୁକା କଳାରେ ଗେଣ୍ଡୁ, ଗୋଲାପ, ସେବତୀ ଫୁଲ ବ୍ୟବହାର କରାଯାଇଛି । ଏଥିସହ ମହାପ୍ରଭୁଙ୍କ ନାକଚଣା, ହୃଦୟ ପଦକ, କର ପଲ୍ଲଭ ଆଦି ବେଳାଭୂମିରେ ଶୋଭା ବର୍ଦ୍ଧନ କରୁଛନ୍ତି ।
2024 ନୂଆବର୍ଷକୁ ସ୍ୱାଗତ କରିବାକୁ ସୁଦର୍ଶନ ତାଙ୍କ ବାଲୁକାକଳାରେ କାଳିଆ ଠାକୁରଙ୍କର ଏହି ବେଶ କରିଛନ୍ତି ଏବଂ ଜୟ ଜଗନ୍ନାଥ ବି ଲେଖିଛନ୍ତି । ମହାପ୍ରଭୁଙ୍କର ଏହି ମନଲୋଭା ବେଶ ବଡ଼ସିଂହାରକୁ ଦେଖିବାକୁ ସମୁଦ୍ର ବେଳେଭୂମିରେ ଲୋକଙ୍କର ନାହିଁ ନଥିବା ଭିଡ଼ ଲାଗିଛି ।