ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ

ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ, ଲିଙ୍ଗ ନିରୁପଣ ପରୀକ୍ଷା ଅଭିଯୋଗରେ ରେଡ୍

ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ

ଲିଙ୍ଗ ନିରୁପଣ ପରୀକ୍ଷା ଅଭିଯୋଗରେ ଡାକ୍ତରଙ୍କ ଘରେ ଚଢ଼ାଉ । ଫ୍ରେଣ୍ଡ୍ସ କଲୋନିରେ ଜନୈକ ଡ଼ାକ୍ତରଙ୍କ ଘରେ ଏହି ଚଢ଼ାଉ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଏହି ଚଢ଼ାଉ ଜାରି ରଖିଛନ୍ତି । ତେବେ ଏହି ପରି ଭାବରେ ଜନୈକ ଡ଼ାକ୍ତର ପୁର୍ବରୁ କେତେ ଥର ଏହି ଲିଙ୍ଗ ନିରୂପଣ କାର୍ଯ୍ୟ କରିଛନ୍ତି ଓ କେତେ ଟଙ୍କା କେଉଁ ବ୍ୟକ୍ତିବିଶେଷ ଙ୍କ ଠାରୁ ନେଇଛନ୍ତି ସେନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ, ସମ୍ପୁର୍ଣ୍ଣ ଚଢ଼ାଉ ସରିବା ପରେ ଏବଂ ଡାକ୍ତର ଙ୍କୁ ଜେରା କରିବା ପରେ ହିଁ ଯାଇ ସବୁ କିଛି ହସ୍ତଗତ ହେବ ବୋଲି ଜଣାପଡିଛି।

ତେବେ ସୁଚନା ମିଳିଛି ଯେ ଡାକ୍ତର କରୁଥିଲେ ବେଆଇନ୍ ଲିଙ୍ଗ ନିରୂପଣ ଆଉ ଚଢାଉ କରି ଧରିଲେ ଉପ-ଜିଲ୍ଲାପାଳ । ଡାକ୍ତର ଙ୍କ ବ୍ୟାଗରୁ ବାହାରିଲା ପୁଳା ପୁଳା ଟଙ୍କା । ଏଥି ସହିତ ଅଲଟ୍ରାସାଉଣ୍ଡ ମେସିନ୍, ନଗଦ ଟଙ୍କା ଓ ମୋବାଇଲ ମଧ୍ୟ ଜବତ କରାଯାଇଛି । ଲିଙ୍ଗ ନିରୁପଣ ଅଭିଯୋଗରେ କଟକରେ ଥିବା ପୁଣ୍ୟ ଶ୍ଳୋକ ଦାସଙ୍କର ଫ୍ରେଣ୍ଡ୍ସ କଲୋନୀ ସ୍ଥିତ ଵାସଭଵନରେ ଏହି ଚଢାଉ ହୋଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବରେ ଏହି ଚଢ଼ାଉ ଜାରି ରଖିଛନ୍ତି ।