ଗ୍ରାଉଣ୍ଡ୍ ଜିରୋରେ କ୍ଷୟକ୍ଷତି ଆକଳନ କଲେ ନୀଳଗିରି ବିଧାୟକ ଓ ଉପଜିଲ୍ଲାପାଳ

ବାତ୍ୟା ଦାନା ପ୍ରଭାବରେ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଗ୍ରାଉଣ୍ଡ୍ ଜିରୋରେ କ୍ଷୟକ୍ଷତି ଆକଳନ କଲେ ନୀଳଗିରି ବିଧାୟକ ଓ ଉପଜିଲ୍ଲାପାଳ

ବାତ୍ୟା ଦାନା ପ୍ରଭାବରେ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଚାଳ ଛପର ଘର ଭାଙ୍ଗି ଯାଇଥିବା ବେଳେ ଗୋରୁ ଗୁହାଳ ଭୁଶୁଡ଼ି ପଡିଛି। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ଗ୍ରାଉଣ୍ଡ୍ ଜିରୋରେ ନୀଳଗିରି ବିଧାୟକ ଓ ଉପଜିଲ୍ଲାପାଳ କ୍ଷୟକ୍ଷତି ଆକଳନ କରି ପ୍ରତିକାର ପାଇଁ ପଦକ୍ଷେପ ନେଇଛନ୍ତି।

ବାତ୍ୟା ପ୍ରଭାବରେ ସୋନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ନଦୀ କୂଳିଆବାସୀ ଆତଙ୍କିତ ହୋଇପଡିଛନ୍ତି। ସେହିପରି ନୀଳଗିରି ଏନଏସିରେ ଅନେକ ସ୍ଥାନରେ ଜଳ ନିଷ୍କାସନ ହୋଇ ପାରିନଥିବା ବେଳେ ଗଛ ଉପୁଡି ପଡିଛି। ଘାଟଘରସାହି ଅଞ୍ଚଳର ମନୋରଞ୍ଜନ ବେହେରାଙ୍କ ଘରେ ଏକ ବିରାଟ ଗଛ ପଡି ଘର ଉପରେ ଲାଗି ରହିଛି। ଔପଦା ବ୍ଲକରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଛତ୍ରପୁର ଅଞ୍ଚଳର ଅନ୍ତର୍ଯ୍ୟାମୀ ଦାସଙ୍କ ଘର ଭୁଶୁଡି ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଛନ୍ତି। ପ୍ରଶାସନ ତରଫରୁ ଓଡ୍ରାଫ୍ ଓ ଦମକଳ ବାହିନୀ ଯାଇ ଗଛ କାଟିବା ଆରମ୍ଭ କରିଛନ୍ତି।