ବାର୍ଡ ଫ୍ଲୁର ଉତ୍ସ କୁକୁଡ଼ା ନୁହେଁ
ବାର୍ଡ ଫ୍ଲୁର କାରଣ କୁକୁଡ଼ା ନୁହେଁ, ବରଂ ଅନ୍ୟ କୌଣସି ଉତ୍ସ ହୋଇପାରେ ବୋଲି ଆଶଙ୍କା କରୁଛି କେନ୍ଦ୍ରୀୟ ଟିମ୍

ବାର୍ଡ ଫ୍ଲୁର କାରଣ କୁକୁଡ଼ା ନୁହେଁ, ବରଂ ଅନ୍ୟ କୌଣସି ଉତ୍ସ ହୋଇପାରେ ବୋଲି ଆଶଙ୍କା କରୁଛି କେନ୍ଦ୍ରୀୟ ଟିମ୍। ଜଙ୍ଗଲୀ ପଶୁପକ୍ଷୀ କିମ୍ଵା ପରିବ୍ରାଜକ ପକ୍ଷୀ ଏହାର କାରଣ ହୋଇଥାଇ ପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି।
ସୂଚନାନୁଯାୟୀ, କେନ୍ଦ୍ରୀୟ ଟିମ୍ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ସଂକ୍ରମିତ ଅଞ୍ଚଳ ବୁଲି ସମୀକ୍ଷା କରିଥିଲେ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, କୌଣସି ବ୍ୟକ୍ତି ଏହା ଦ୍ଵାରା ସଂକ୍ରମିତ ହୋଇନାହାଁନ୍ତି। ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଥିଲା। ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏହା ସହ ଅଧିକ ଟେଷ୍ଟିଂ ଓ ସାମ୍ପଲ କଲେକ୍ସନ ବଢ଼ାଇବାକୁ ସ୍ଵାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ଥିବା କେନ୍ଦ୍ରୀୟ ଟିମ୍ ସୂଚନା ଦେଇଛି।