ରାଜ୍ୟର ୫୯ଟି ଗୋଶାଳାକୁ ୮କୋଟି ୧୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ
ବୁଲା ଓ ଅସହାୟ ଗୋରୁଗାଈଙ୍କ ହିତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ରାଜ୍ୟର ୫୯ଟି ଗୋଶାଳାକୁ ୮କୋଟି ୧୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି

ବୁଲା ଓ ଅସହାୟ ଗୋରୁଗାଈଙ୍କ ହିତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ରାଜ୍ୟର ୫୯ଟି ଗୋଶାଳାକୁ ୮କୋଟି ୧୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଭୁବନେଶ୍ୱର କୃଷି ଭବନରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ବାରା ରାଜ୍ୟର ୫୯ଟି ଗୋଶାଳାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗୀୟ ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ବୁଲା ଗାଈଗୋରୁଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ପଞ୍ଜିକୃତ ଗୋଶାଳାମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ବୁଲା ଗାଈଗୋରୁଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ପଞ୍ଜିକୃତ ଗୋଶାଳା ମାନଙ୍କୁ ସହାୟତା ପ୍ରଦାନ କରାଯାଉଛି ।
ଆଗକୁ ପଞ୍ଜିକୃତ ଗୋଶାଳା ମାନଙ୍କୁ ଆହୁରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ନୂତନ ଭାବେ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ଆଗ୍ରହୀ ପ୍ରାଣୀକଲ୍ୟାଣ ସଂସ୍ଥା ମାନଙ୍କୁ ୫୨ ଲକ୍ଷ ଟଙ୍କା ପର୍ୟନ୍ତ ସହାୟତାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ପର୍ୟନ୍ତ ୨୭ ଗୋଟି ସଂସ୍ଥାକୁ ଏକ୍ଟ-ଇଷରବୟ କ୍ଷରଗ୍ଧଗ୍ଧରକ୍ସ ଦିଆଯାଇଥିବା ବେଳେ ସେ ବାବଦକୁ କାମ ଜାରିରହିଛି।