ଦାନ୍ତେୱାଡା ମାଓ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦାନ୍ତେୱାଡା ମାଓ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁଯାୟୀ, ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଛି । ଆଇଡି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଛନ୍ତି । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆରଜି ଯବାନ ଓ ଜଣେ ଡ୍ରାଇଭର । ସହିଦ ଯବାନ ଓ ମୃତ ଡ୍ରାଇଭରଙ୍କ ନାଁ ପ୍ରକାଶ କରିଛି ଛତିଶଗଡ଼ । ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି – ଜୋଗା ସୋଡି, ମୁନ୍ନାରାମ କଡ଼ତି, ସନ୍ତୋଷ ତାମୋ, ଦୁଲଗି ମଣ୍ଡାବି, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରଟମ, ଜୟରାମ ପୋଡ଼ିୟାମ, ଜଗଦୀଶ କବାସୀ ।