ଦମନ ସିନେମାକୁ କେବଳ ଓଡ଼ିଶାବାସୀ ନୁହେଁ ସାରା ଭାରତର ଲୋକ ପସନ୍ଦ କରିଥିଲେ- ମୋହନ ମାଝୀ
ଓଡ଼ିଆ ସିନେମା ‘ଦମନ’ ବେଷ୍ଟ ଓଡ଼ିଆ ଫିଚର ଫିଲ୍ମ ଭାବେ ଘୋଷିତ ହୋଇଥିବାରୁ ଦମନର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଆ ସିନେମା ‘ଦମନ’ ବେଷ୍ଟ ଓଡ଼ିଆ ଫିଚର ଫିଲ୍ମ ଭାବେ ଘୋଷିତ ହୋଇଥିବାରୁ ଦମନର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦମନ ସିନେମାକୁ କେବଳ ଓଡ଼ିଶାବାସୀ ନୁହେଁ ସାରା ଭାରତର ଲୋକ ପସନ୍ଦ କରିଥିଲେ ।
ଏଥିରେ ପ୍ରଦର୍ଶିତ ମ୍ୟାଲେରିଆ ରୋଗ ଦମନ ପାଇଁ ବିଚ୍ଛିନ୍ନାଞ୍ଚଳରେ ଏକ ଯୁବ ଡାକ୍ତରଙ୍କର ପ୍ରୟାସ ପ୍ରେରଣାଦାୟୀ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ଦମନ ଫିଲ୍ମର ପୁରା ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ।