ବିଜେଡିରୁ ଇସ୍ତଫା ଦେଇ ବିଜେପିକୁ ଫେରିଲେ ବିଧାୟକ ଅରବିନ୍ଦ ଢାଲି
ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ଜୟଦେବ ବିଧାୟକ ଅରବିନ୍ଦ ଢାଲି ଆଜି ପୁଣି ବିଜେପିକୁ ଫେରିଛନ୍ତି

ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ଜୟଦେବ ବିଧାୟକ ଅରବିନ୍ଦ ଢାଲି ଆଜି ପୁଣି ବିଜେପିକୁ ଫେରିଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଦଳରେ ମିଶିଛନ୍ତି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ,ସହପ୍ରଭାରୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢ଼ି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
୧୯୯୨ରେ ମାଲକାନଗିରି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ଟିକେଟରେ ଜିତିଥିଲେ ଅରବିନ୍ଦ ଢାଲି। ପରେ ୧୯୯୫ ଓ ୨୦୦୦ ମସିହାରେ ସେ ସେହି ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ଯାଇଥିଲେ। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ସେ ବିଜେପି ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇ ୨୦୦୯ ଓ ୨୦୧୯ରେ ଜୟଦେବ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।