ଲୋଭରେ ପଡି ଗିରଫ ହେଲେ ଆଡଭୋକେଟ
ସମୟ ଏବଂ ଆଇନ ଉଭୟ ବଳବାନ। ଆଇନ ଆଖିରେ ସମସ୍ତେ ସମାନ, ଆଇନର ଉର୍ଦ୍ଧ୍ବରେ କେହି ନୁହେଁ।ମହକିଲଙ୍କୁ ଆଇନର ବାଟ ଦେଖାଉଥିବା ଆଇନଜୀବୀ ଆଇନର ଅଡ଼ୁଆ ଜାଲରେ ଛନ୍ଦି ହୋଇ ଗିରଫ ହୋଇଥିବା ଦେଖିବାକୁ ମିଳିଛି।

ସମୟ ଏବଂ ଆଇନ ଉଭୟ ବଳବାନ। ଆଇନ ଆଖିରେ ସମସ୍ତେ ସମାନ, ଆଇନର ଉର୍ଦ୍ଧ୍ବରେ କେହି ନୁହେଁ।ମହକିଲଙ୍କୁ ଆଇନର ବାଟ ଦେଖାଉଥିବା ଆଇନଜୀବୀ ଆଇନର ଅଡ଼ୁଆ ଜାଲରେ ଛନ୍ଦି ହୋଇ ଗିରଫ ହୋଇଥିବା ଦେଖିବାକୁ ମିଳିଛି। ତେବେ ଜଣେ ଅସହାୟଙ୍କ ଠାରୁ ଅଧିକ ଅର୍ଥଦାବି କରିବା ସହିତ ଧମକଚମକ ଦେବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହେଲେ ଆଇନଜୀବୀ।
ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନାରେ। ଧମକ ଚମକ ମାମଲାରେ ଜଣେ ଆଇନଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୋରଡ଼ା ଥାନା ପୋଲିସ l ଗିରଫ ଆଇନଜୀବୀ ଜଣକ ହେଲେ ବୌଦ୍ଧ ଜିଲ୍ଲା ବୁଟୁପାଲି ଅଂଚଳର ହେମକାନ୍ତ ହେମାନନ୍ଦ l ଘଟଣା ସମ୍ପର୍କରେ ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ମସିହାରେ ମୋରଡା ଥାନା ଅଧୀନ ହଳଦୀପାଳ ଗ୍ରାମର କାପୁରା ବାସ୍କେଙ୍କୁ ଉକ୍ତ ଗ୍ରାମର ବାଇଲୁ ମହାନ୍ତ ଆଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ ଜାତିଆଣ ମନ୍ତବ୍ୟ ଦେଇଥିଲେ l
ଯାହାକୁନେଇ କାପୁରା ବାଇଲୁଙ୍କ ବିରୋଧରେ ମୋରଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା l ତେବେ ଉକ୍ତ ମାମଲାରେ ପିଡ଼ିତା କାପୁରାଙ୍କୁ ଯୋଗାଯୋଗ କରି ତାଙ୍କୁ ସରକାରୀ କ୍ଷତି ପୂରଣ ମିଳିବାରେ ସାହାଯ୍ୟ କରିବା ସହିତ ତାଙ୍କୁ କିଛି କମିସନ ଦେବାକୁ କହିଥିଲେ ଗିରଫ ହୋଇଥିବା ଆଇନଜୀବୀ ମହାନନ୍ଦ l ତେବେ ଏସି/ଏସ ଟି ଆକ୍ଟ ଅନୁଯାୟୀ, କାପୁରା ବାସ୍କେଙ୍କୁ ଦେଢ଼ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ମିଳିଥିଲା। ପରେ ଆଇନଜୀବୀଙ୍କୁ ଫୋନପେ ମାଧ୍ୟମରେ କୋଡିଏହଜାର ଟଙ୍କା ମଧ୍ୟ ଦେଇଥିଲେ ପିଡ଼ିତା କାପୁରା l
ମାତ୍ର ଆଇନଜୀବୀଜଣକ ସେତିକିରେ ସନ୍ତୁଷ୍ଟ ନ ହୋଇ କାପୁରାଙ୍କୁ ପୁଣି ପଚାଶ ହଜାର ଟଙ୍କା ମାଗିଥିଲେ l କାପୁରା ନଦେବାରୁ ଓକିଲ ତାଙ୍କ ଘରକୁ ଆସି ତାଙ୍କୁ ଧମକ ଚମକ ଦେଇଥିଲେ l ଫଳରେ ଭୟଭୀତ କାପୁରା ଆତ୍ମରକ୍ଷା ପାଇଁ ମୋରଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ମୋରଡ଼ା ଥାନାରେ ୧୩୭/୨୩ ନଂରେ ଏକ ମାମଲା ରୁଜୁ ହୋଇଥିଲା l ତେବେ କାପୁରା ଓକିଲଙ୍କୁ ଟଙ୍କା ଦେବେ କହି ଡାକିବାରୁ ମୋରଡା ପୋଲିସ କୌଶଳ କ୍ରମେ ଓକିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ତେବେ ଏ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି।