ଦେବସ୍ନାନ ଓ ଭଜନ ପରିବେଷଣ

ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଦେବସ୍ନାନ ନିତି ପାଳିତ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ବଳଦେବଜୀଉ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ

ଦେବସ୍ନାନ ଓ ଭଜନ ପରିବେଷଣ

ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଦେବସ୍ନାନ ନିତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଭୋର ୫:୩୦ ସମୟରେ ପହଣ୍ଡି ଆରମ୍ଭ କରାଯାଇଥିଲା। ଠାକୁରଙ୍କୁ କ୍ଷୀର ଗୁଡ,ଘିଅ,ଦହି,ମହୁ ଓ ପଇଡରେ ଜଳ ରେ ସ୍ନାନ କରାଯାଇଥିଲା। ୧୦୮ ଢାଳରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା। ଠାକୁରଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ଚନ୍ଦନ ଲାଗି ବେଶ କରାଯାଇଥିଲା। ପରେ ଠାକୁରଙ୍କୁ  ବଳରାମ କୃଷ୍ଣ ଓ ସୁଭଦ୍ରାଙ୍କୁ ସୁନାବେଶ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ରୂପାବେଶ କରାଯାଇଥିଲା। ବିଭିନ୍ନ ପ୍ରକାରର ଫୁଲ ହାର, ତୁଳସୀ ହାର ଲାଗି କରାଯିବା ସହ ବଲ୍ଲଭ ଭୋଗ, ଉଖୁଡା,ପିଠା,ମିଠା ଫଳମୂଳ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ମଧ୍ୟ ଭୋଗ ଲାଗି କରାଯିବ । ସନ୍ଧ୍ୟା୫:୩୦ରୁ ୬:୦୦ ସମୟରେ ମଧ୍ୟ ଅର୍ନ ଖେଚେଡ଼ି,ଡାଲମା,କ୍ଷୀରି,ପୁଳି,ଖଟା ଭୋଗ ଲାଗି ହେବ। ରାତିରେ ଅଣସର ଘରକୁଯିବେ ଠାକୁର। ପୂଜକ ମଳୟ କର,ଶ୍ରୀବତ୍ସ ମିଶ୍ର, ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ସୁଆର ନିଳମଣୀ ଆଚାର୍ଯ୍ୟ, ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା ନିତି ପାଳିତ ହୋଇଯାଇଛି।

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ବଳଦେବଜୀଉ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ

ଢେଙ୍କାନାଳ, ତା ୦୪.୦୬.୨୦୨୩ - ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ବଳଦେବଜୀଉ ଭଳନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ ଅନୁଷ୍ଠିତ ହୋଇଯାଇଅଛି । ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ । ଗାୟକ ରଞ୍ଜିତ କୁମାର ହୋତା- ‘ତୁମରି ନାମରେ ସକାଳ ଆରମ୍ଭ’, ପୂର୍ଣ୍ଣଚନ୍ଦ୍ର ପାତ୍ର -‘ଭକତି ପ୍ରଦୀପ’, ସ୍ମିତାରାଣୀ ନନ୍ଦ- ‘ଶୁଆ କହେ ରାମ ନାମ, ଶାରୀ କହେ ମୋହନ’, ବିଷ୍ଣୁପ୍ରିୟା ହୋତା- ‘ମୋ ପ୍ରଭୁ ଜଗନ୍ନାଥ’, ରଶ୍ମିରଞ୍ଜନ ସାହୁ -‘ଚନ୍ଦନ ମାଖୁ’, ଉତମ ଦାସ- ‘କଳା ସାଆନ୍ତେ’ ଭଜନ ପରିବେଷଣ କରିଥିବାବେଳେ, ତାବଲିଷ୍ଟ ଭାବେ ସତ୍ୟାନନ୍ଦ ନାୟକ, ଅଶୋକ ଦଳେଇ ସହଯୋଗ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବିକ୍ରମ ମହାରଣା, କୈଳାସ ଚନ୍ଦ୍ର ବେହେରା, ଦୁର୍ଗାମାଧବ ଶତପଥୀ, ସୁବ୍ରତ ଜେନା, ଗନ୍ଧର୍ବ ସେଠୀ, ପ୍ରତ୍ୟୁଷା ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିଲେ । ଲକ୍ଷ୍ମୀଧର ଅର୍ଗାନ ବାଦ୍ୟରେ ସହଯୋଗ କରିଥିଲେ । ଏହି ଭଜନକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ ।