ମଠକରଗୋଳାରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆୟୋଜିତ, ଚାଷୀ ଭାଇ ମାନଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକରଗୋଳା ସେବା ସମବାୟ ସମିତି ପରିସରରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି

ମଠକରଗୋଳାରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆୟୋଜିତ, ଚାଷୀ ଭାଇ ମାନଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା

ଭୁବନ ୨୮.୩- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକରଗୋଳା ସେବା ସମବାୟ ସମିତି ପରିସରରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି । ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ସନ୍ତୋଷ କୁମାର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ, ଚାଷୀ ଭାଇ ମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ଚାଷୀ ଙ୍କ ଉନ୍ନତି ନହେଲେ ଦେଶର ଉନ୍ନତି ଅସମ୍ଭବ । ଚାଷ ଓ ଚାଷୀ ଭାଇ ମାନଙ୍କ ଉନ୍ନତି ସକାଶେ ରାଜ୍ୟ ସରକାର ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଛନ୍ତି । ଆପଣମାନେ ଏହି ସୁବିଧାର ଫଇଦା ନେବାକୁ ଆହ୍ବାନ କରିଥିଲେ । ମଠକରଗୋଳା ସେବା ସମବାୟ ସମିତି ସଭାପତି ନିରଂଜନ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ୧୨ ନମ୍ବର ଜୋନ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ଯୋଗଦେଇ ଭୁବନ, ବାରୁଆଁ, ସୁରପ୍ରତାପପୁର, ବାଲିବୋ ,ମହୁଲପାଳ ଏବଂ ମାର୍ଥାପୁର ସମିତି ର ଗୋଦାମ ଗୃହ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୧ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରାଇଥବା ସଂପର୍କରେ ସୂଚନା ଦେଇଥିଲେ ଏବଂ ଖୁବ ଶୀଘ୍ର ଏଟିଏମ ମଧ୍ୟ ଖୋଲିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଡିଆରସିଏସ ଶ୍ରୀମତୀ ସରୋଜିନୀ ଜେନା, ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ଏୟୁସିସି ବ୍ୟାଙ୍କ, ଭୁବନ ଶାଖା ପରିଚାଳକ ଗଣେଶ୍ବର ଖଟୁଆ, ବ୍ୟାଙ୍କ ସୁପରଭାଇଜର କ୍ଷୀରୋଦ ଚନ୍ଦ୍ର ପାତ୍ର ,ଏଜିଏମ ଅକ୍ଷୟ ମୁଦୁଲି, ଏଆରସିଏସ ଇନ୍ଫୋପେକ୍ଟର ବିମଳ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ କୃଷିଭିତିକ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଉକ୍ତ କର୍ମଶାଳା ରେ ସମିତି ର ସମସ୍ତ ଡ଼ାଇରେକ୍ଟର ଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ ଅନୁରୂପ ଭାବେ ଭୁବନ ବ୍ଲକ ର ଜିରାଳ,ସୁରପ୍ରତାପପୁର, ଭୂଷଳ, ବାଲିବୋ ଏବଂ ଭୁବନରେ ମଧ୍ୟ ଏହିପରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।