ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ଡିଭାଇଡରକୁ ପିଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୨୬ ଜଣ ଛାତ୍ରଛାତ୍ରୀ ।

ଡିଭାଇଡରକୁ ପିଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୨୬ ଜଣ ଛାତ୍ରଛାତ୍ରୀ । ଆଚାର୍ଯ୍ୟ ବିହାର ଛକରେ ଡିଭାଇଡରକୁ ପିଟିଲା ସ୍କୁଲ ବସ୍ । ଗାଡି ଏବଂ ଡ୍ରାଇଭରଙ୍କୁ ଅଟକ ରଖିଲା ସହିଦ ନଗର ଥାନା ପୋଲିସ । ବସ୍ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଅଭିଯୋଗ ହୋଇଥିଲା । ତେବେ ବସରେ ବସିଥିବା ୨୬ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଏକ କୋଚିଂ ସେଣ୍ଟରର ବୋଲି ଜଣାପଡ଼ିଛି ।