ଟ୍ରାକରେ କଟି ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଟ୍ରେନ ରୁ ଖସି ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଟ୍ରାକରେ କଟି ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଟ୍ରେନରୁ ଖସି ଦୁଇ ଯୁବକଙ୍କ ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ ନିକଟରେ ଟ୍ରେନ ଖସି ଦୁଇ ଯୁବକର ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଡାଉନ୍‌ ଜଗନ୍ନାଥ ଏକ୍ସପ୍ରେସରେ ମଙ୍ଗଳପୁର ଅଞ୍ଚଳର ଯୁବକ ହରେକୃଷ୍ଣ ପାଣ୍ଡେ କୋଲକତା ଯାଉଥିବା ବେଳେ ଟ୍ରେନରୁ ଖସି ପଡ଼ିଥିଲେ ।

ସେହିପରି ଏର୍ଣ୍ଣାକୁଲମ୍‌ ବିଶାଖାପାଟନା ଏକ୍ସପ୍ରେସରେ ଯାଉଥିବା ଟ୍ରେନ ପାଟନା ଅଞ୍ଚଳର ଯୁବକ ଅବଦୁଲ କାଦିରି ଭୋର ସମୟରେ ସୋର ଷ୍ଟେସନ ଟ୍ରେନ ଖସି ମୃତ୍ୟୁବରଣ କରିଛନ୍ତି। ରେଲୱେ ପୋଲିସ ମୃତଦେହକୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛନ୍ତି।