ଚେତାବନୀ ଦେଲା ଶିକକ୍ଷ ସଂଘ; ଫେବ୍ରୁଆରି ୭ରୁ ଧାରଣା ଦେବେ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଏକାଧିକ ଦାବି ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ  (ଓଷ୍ଟା) ପୁଣି ଧାରଣାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି

ଚେତାବନୀ ଦେଲା ଶିକକ୍ଷ ସଂଘ; ଫେବ୍ରୁଆରି ୭ରୁ ଧାରଣା ଦେବେ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଏକାଧିକ ଦାବି ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ  (ଓଷ୍ଟା) ପୁଣି ଧାରଣାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି।। ଆସନ୍ତା ୭ ତାରିଖ ଠାରୁ ୩୦ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟତ୍ରୀ ଏହି ଧାରଣାରେ ଯୋଗ ଦେବେ ବୋଲି କହିଛି।

ଅନୁଦାନ ପାଉନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହ ଅବସର ନେଉଥିବା ଶିକ୍ଷକଙ୍କୁ ପେନସନ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ବେତନ ପ୍ରଦାନ ଭଳି ୨୧ଟି ଦାବି ନେଇ ଧାରଣାକୁ ଓହ୍ଲାଇବ ସଂଘ। ପୂର୍ବରୁ ୩ ଥର ସରକାରଙ୍କ ସହ ଏହି ସବୁ ଧାରଣା ନେଇ ଆଲୋଚୋନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ସବୁଥର ସରକାର ଏହି ପ୍ରତିଶ୍ରୁତି ରଖିବା ପାଇଁ ଆଶ୍ଵାସନା ଦେଇଛନ୍ତି। ହେଲେ ପୁଣି ଏହାକୁ ଫଳପ୍ରଦ କରିବାରେ ସକ୍ଷମ ହୋଇନାହାନ୍ତି ବୋଲି ଓଷ୍ଟାର ସାଧାରଣ ସଂପାଦକ ରଂଜନ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।