ଆନ୍ଦୋଳନରତ ଶିକ୍ଷକଙ୍କୁ ଓଷ୍ଟାର ସମର୍ଥନ
ଆନ୍ଦୋଳନରତ ଶିକ୍ଷକଙ୍କୁ ଓଷ୍ଟାର ସମର୍ଥନ : କହିଲା ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ବିଚାର କୁ ନେଇ ସରକାର ତୁରନ୍ତ ସମାଧାନ କରନ୍ତୁ

ଆନ୍ଦୋଳନରତ ଶିକ୍ଷକଙ୍କୁ ଓଷ୍ଟାର ସମର୍ଥନ । ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ କହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଏକ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଥମୁନାହିଁ ।
ରାଜ୍ୟର ପ୍ରାଥମିକ ଶିକ୍ଷାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ସରକାର ମାଧ୍ୟମିକ ଶିକ୍ଷାରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ଓଷ୍ଟା ସଂପାଦକ । ୩ ଦଫା ଦାବି ନେଇ ୭ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ । ସରକାରଙ୍କ ନାଲି ଆଖି ସତ୍ୱେ ଜାରି ରହିଛି ଧାରଣା । ଏପଟେ ପ୍ରାଥମିକ ସ୍କୁଲରେ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ବିଦ୍ୟାଳୟରେ ତାଲା ଝୁୁଲୁଛି ।
ଭିନ୍ନ ରୂପରେ ଶିକ୍ଷକଙ୍କ ପ୍ରତିବାଦ କରୁଥିବା ଦେଖିବାକୁ ମିଳଛି । ଦେହରେ ରାଜକୀୟ ପୋଷାକ, ହାତରେ ଗଦା ଧରି ମହାରାଜ ପ୍ରଶ୍ନ କରୁଥିବା ବେଳେ ଉତର ରଖୁଛନ୍ତି ମନ୍ତ୍ରୀ । ଏଭଳି ନାଟକୀୟ ଢ଼ଙ୍ଗରେ ଆନ୍ଦୋଳନରତ ଶିକ୍ଷକ ମାନେ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବିଇଓଙ୍କ କାର୍ଯ୍ୟାଳୟ ନିକଟରେ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।