ଆବାସ ଯୋଜନା ଅପେକ୍ଷା ରେ ପାର୍ବତୀ ଓ ତାଙ୍କ ଦୁଇ ଝିଅ
ବିଧବା ପାର୍ବତୀ ଓ ଦୁଇ ଝିଅ ଙ୍କୁ କେବେ ମିଳିବ ଆବାସ୍ ଯୋଜନା, ତୁରନ୍ତ ଦେବା ପାଇଁ ଗ୍ରାମବାସୀଙ୍କ ଦାବୀ

ମଦନପୁର ରାମପୁର,୦୨/୭/୨୦୨୩ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ କୁମେରପଟା ଗାଁ ର ପାର୍ବତୀ ଭୋଇ ଓ ତାର ଦୁଇ ଝିଅ ଙ୍କୁ ସରକାର ଙ୍କ ଆବସ୍ ଯୋଜନା ଏବେ ପାଲଟିଛି ସାତ ସପନ୍। ୭ବର୍ଷ ତଳେ ସ୍ଵାମୀ ଦେବେନ୍ଦ୍ର ଭୋଇ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ବୁଢ଼ା ବାପା ମାଁ, ସ୍ତ୍ରୀ ଓ ଦୁଇ ଝିଅ ଦୁଃଖରେ ଭାଙ୍ଗି ପଡିଥିଲେ। ରୋଜଗାର କରିବା ପାଇଁ ପରିବାର ପକ୍ଷରୁ ଆଉ କିଏ କେହି ନାହିଁ, ସ୍ଵାମି ଚାଲିଗଲା ପରେ ସ୍ତ୍ରୀ ପାର୍ବତୀ ଲୋକଙ୍କ ପାଖରେ ମୂଲ ଲାଗି ନିଜ ଶାଶୁ ଶଶୁର ଓ ଦୁଇ ଝିଅ ଙ୍କୁ ପୋଷିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହା ଦେଖି ପାର୍ବତୀ କୁ ସରକାରୀ ସାହାଯ୍ୟ ସହଯୋଗ ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ ଦାବି ଉଠାଇଛନ୍ତି।
ଗୋଟିଏ ଝିଅ ନବମ ଶ୍ରେଣୀ ରେ ପାଠ ପଢୁଥିବା ବେଳେ ଆଉ ଜଣେ ଷଷ୍ଠ ଶ୍ରେଣୀରେ ପାଠ ପଡୁଛି । ଏହି ଅଭାବ ଅନାଟନ କାରଣରୁ ଝିଅ ମାନେ ପାଠ ପଢିବା ନେଇ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ପଢ଼ୁଥିବା ଝିଅ ମାନେ କହୁଥିବା ଜଣା ପଡ଼ିଛି। ସରକାରୀ ଯୋଜନା କହିଲେ ମା କୁ ବିଧବା ଭତ୍ତା ଓ ରାସନ୍ ଚାଉଳ ୫କେଜି ମିଳିଥାଏ ଯାହା କି ୧୫ଦିନରେ ସରିଯାଏ। ଗରିବ ଲୋକଙ୍କ ପାଇଁ ସରକାର ଆବାସ ଯୋଜନା କରିଥିବା ବେଳେ ପାର୍ବତୀ ଙ୍କୁ ରହିବା ପାଇଁ ଘର ଖଣ୍ଡିଏ ନାହିଁ, ଘର କହିଲେ ଝାଟି ମାଟି ନଡା ଛପରଟିଏ ରହିଛି ଯାହାକି ବର୍ଷା ଦିନରେ ଦୁଇ ଅସରା ବର୍ଷା ହେଲେ ଘର ଭିତରେ ବର୍ଷା ପାଣି ଲହଡି ମାରୁଛି। ଏନେଇ ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ଅଧିକାରୀ ମାନେ ଦୃଷ୍ଟି ଗୋଚର କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ। ଏଣୁ ସରକାର ଓ ପ୍ରଶାସନ ଏ ପରିବାର ଙ୍କୁ ରହିବା ପାଇଁ ଆବାସ ଯୋଜନାରେ ସାମିଲ କରି ଅନ୍ତୋଦୟ ଅନ୍ନ ଯୋଜନା ଏବଂ ଦୁଇ ଝିଅ ଙ୍କୁ ଆର୍ଥିକ ଶିକ୍ଷା ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ରୁ ପଦ୍ମନାଭ ନାଏକ ଙ୍କ ରିପୋର୍ଟ