ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆରମ୍ଭ ହେବ ଆୟୁଷ୍ମାନ ଭାରତ: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

୨୯ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ । ଭିସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଯୋଜନାରେ ୭୦ ରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣା ମିଳିବ ଚିକିସ୍ଛା । ଅନ୍ୟପକ୍ଷରେ ୨୯ରେ ଆୟୁର୍ବେଦିକ ହସ୍ପିଟାଲର ଉଦଘାଟନ ହେବ ।

ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୯ ତାରିଖରେ ଆୟୁଷ୍ମାନ ଭାରତ ଯୋଜନା ସମେତ ଓଡ଼ିଶାରେ ଅନ୍ୟ ପ୍ରକଳ୍ପର ଶୁଭାରମ୍ଭ କରିବେ। ଆୟୁର୍ବେଦିକ ଦିବସ ଅବସରରେ ସେ ଜଟଣୀରେ ଆୟୁର୍ବେଦ ଓ ନେଚରପାଥିର ବଡ଼ ହସ୍ପିଟାଲର ଉଦଘାଟନ କରିବେ। ଏହି ବୃହତ୍ ହସ୍ପିଟାଲ ୨୧ ଏକର ଜମିରେ ନିର୍ମାଣ ହୋଇଛି। ସେହିପରି ଗୋଠପାଟଣାରେ ସେଣ୍ଟ୍ରାଲ ଅକ୍ସ ଟେଷ୍ଟିଂ ୟୁନିଟ ହେବ। ବରଗଡ଼ରେ କ୍ରିଟିକାଲ ହେଲ୍ଥ କେୟାର ୟୁନିଟ ଉଦ୍ଘାଟନ ହେବ। ଓଡ଼ିଶା ସମେତ ଦେଶର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ।