ସଡ଼କ ଦୁର୍ଘଟଣାରେ ଆହତଙ୍କ ପାଇଁ ନୂଆ ଯୋଜନା

ସଡ଼କ ଦୁର୍ଘଟଣାରେ ଆହତଙ୍କ ପାଇଁ ନୂଆ ଯୋଜନା

ସାରା ଦେଶରେ ବର୍ତ୍ତମାନ ସଡ଼କ ଦୁର୍ଘଟଣା ଘଟଣା ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରତିବର୍ଷ ପ୍ରାୟ ୧୫ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଥିବା ଜାଣିବାକୁ ମିଳିଛି । ତେବେ ପ୍ରତିବର୍ଷ ଭାରତରେ ହେଉଥିବା ସଡ଼କ ଦୁର୍ଘଟଣା ୟୁରୋପ ଦେଶ ଏଷ୍ଟୋନିୟାର ଜନସଂଖ୍ୟା ସହ ସମାନ । କିନ୍ତୁ ଏହି ଦୁର୍ଘଟଣା ପରେ ଚିକିତ୍ସା ଅଭାବରୁ ଅନେକ ଲୋକ ପ୍ରାଣ ହରାଉଛନ୍ତି ।

ତେବେ ଏହି ସଂଖ୍ୟା କମ୍ କରିବା ପାଇଁ ନୂଆ ଯୋଜନା ଆଣୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କ ପାଇଁ କ୍ୟାସଲେସ ସ୍କିମ ଆଣିଛନ୍ତି ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ । ଏହି ଆହତ ବ୍ୟକ୍ତିମାନଙ୍କୁ ଦେଶର ପ୍ରତ୍ୟେକ ହସ୍ପିଟାଲରେ କ୍ୟାସଲେସ ଚିକିସବା କରାଯାଇ ପାରିବ ବୋଲି ଘୋଷଣା କରାଯାଇଛି । ତେବେ ଆସନ୍ତା ୩-୪ ମାସ ମଧ୍ୟରେ ଏହି ଯୋଜନା ଆରମ୍ଭ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ପରିବହନ ସଚିବ ଅନୁରାଗ ଜୈନ କହିଛନ୍ତି ଯେ, ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ବିଶ୍ୱରେ ସବୁଠାରୁ ଅଧିକ ରହିଛି । ଏହାକୁ କମ୍ କରିବା ପାଇଁ ସରକାର ପୀଡ଼ିତଙ୍କୁ ଯତାଶୀଘ୍ର ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏହାପରେ ଅନୁରାଗ କହିଛନ୍ତି ଯେ, ସଂଶୋଧିତ ମୋଟରଯାନ ଆଇନ୍ ୨୦୧୯ ଅନୁସାରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ମାଗଣା ଏବଂକ୍ୟାସଲେସ ସୁବିଧା ଯୋଗାଇ ଦିଆଯିବ । କିଛି ରାଜ୍ୟରେ ଏହି ନିୟମ ଲାଗୁ ହୋଇଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସହମିଶି ସଡ଼କ ପରିବହନ ମନ୍ତ୍ରାଳୟ ଏହାକୁ ସାରା ଦେଶରେ ଲାଗୁ କରିବାକୁ ଯୋଜନା ରଖିଛି । କୌଣସି ଦୁର୍ଘଟଣାରେ ଆହତ ବ୍ୟକ୍ତିଙକ ଜୀବନ ବଞ୍ଚାଇବାକୁ ଦୁର୍ଘଟଣା ପରର ୧ ଘଣ୍ଟା ସମୟ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଏହାକୁ ମେଡିକାଲ ବିଭାଗରେ 'ଗୋଲ୍ଡେନ ଆୱାର' ବୋଲି ମଧ୍ୟ କୁହାଯାଏ ।