ବାୟୁସେନା ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ତେଲେଙ୍ଗାନାରରେ ବାୟୁସେନା ବିମାନ ଦୁର୍ଘଟଣା । ଯେଉଁଥିରେ 2 ଭାରତୀୟ ବାୟୁସେନା ପାଇଲଟ ପ୍ରାଣ ହରାଇଛନ୍ତି ।

ବାୟୁସେନା ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ତେଲେଙ୍ଗାନାରରେ ବାୟୁସେନା ବିମାନ ଦୁର୍ଘଟଣା । ଯେଉଁଥିରେ 2 ଭାରତୀୟ ବାୟୁସେନା ପାଇଲଟ ପ୍ରାଣ ହରାଇଛନ୍ତି । ତେଲେଙ୍ଗାନାର ଡିଣ୍ଡିଗୁଲରେ ଅବସ୍ଥିତ ବାୟୁସେନା ଏକାଡେମୀରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଯେଉଁଥିରେ ବାୟୁସେମାର ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ବିମାରେ ଥିବା ଜଣେ ଟ୍ରେନି ପାଇଲଟଙ୍କ ସହ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ 8:55 ରେ ଏହି ଦୁର୍ଘଟଣା ଘଟିଛି । ଭାରତୀୟ ବାୟୁସେନାର ଦୁଇ ପାଇଲଟ ତାଲିମ ନେଉଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଟି ଏତେ ଉଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି ଯେ ମୃତ ପାଇଲଟଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଏବଂ ଜଣେ ଟ୍ରେନି ଥିଲେ ।