ଆନ୍ଧ୍ରପ୍ରଦେଶ ଟ୍ରେନ୍‌ ଦୁର୍ଘଟଣା: ୮ ମୃତ ଅନେକେ ଆହତ, ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଆନ୍ଧ୍ରପ୍ରଦେଶ ଟ୍ରେନ୍‌ ଦୁର୍ଘଟଣା: ୮ ମୃତ ଅନେକେ ଆହତ, ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଆନ୍ଧ୍ରପ୍ରଦେଶ ଟ୍ରେନ୍‌ ଦୁର୍ଘଟଣା: ୮ ମୃତ ଅନେକେ ଆହତ, ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲାରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ୨ଟି ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା ହେବା ଫଳରେ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୋଥାଭାଲାସା ମଣ୍ଡଳର କଣ୍ଟାକାପାଲୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ପଲାସା ଏକ୍ସପ୍ରେସ ଏବଂ ବିଶାଖାପାଟନମ-ରାୟାଗଡା ଯାତ୍ରୀବାହୀ ଟ୍ରେନ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ।

ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂର୍ବ ତଟ ରେଳବାଇ ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ହେଲ୍ପଲାଇନ ନମ୍ବର ଜାରି କରିଛି।

0674- 2301625

0674- 2301525

0674- 2303069

BSNL- 08912746330/08912744619

Airtel- 8106053051/8106053052

BSNL SIM- 8500041670/8500041671

ସୂଚନା ଅନୁଯାୟୀ, ସମାନ ଟ୍ରାକରେ ଆସୁଥିବା ଦୁଇଟି ଯାତ୍ରୀବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯାତ୍ରୀବାହୀ ଟ୍ରେନର କୋଚ ଅନ୍ୟ ଏକ ଟ୍ରାକରେ ଖସିପଡିଥିଲା। ଆଜି ସାରେ ଆନ୍ଧ୍ରପ୍ରଦେଶର କାଣ୍ଟକାପାଲି ଏବଂ ଆଲମୋରା ଷ୍ଟେଶନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଉଭୟ ଯାତ୍ରୀବାହୀ ଟ୍ରେନ ଓଡିଶାକୁ ଆସୁଥିଲା।

ଏହି ଘଟଣା ପରେ ପିଏମଓର ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ପିଏମଓ ପକ୍ଷରୁ କୁହାଯାଇଛି ଯେ ଅଧିକାରୀମାନେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।