ଆଳୁ ପ୍ରସଙ୍ଗ ନେଇ ବର୍ଷିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଆଳୁ ପ୍ରସଙ୍ଗ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଆଳୁ ପ୍ରସଙ୍ଗ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖୁଚୁରା ବ୍ୟବସାୟଙ୍କ ଦ୍ଵାରା ୧୦୦ ଟଙ୍କାରେ ୩ କେଜି ଆଳୁ ବିକ୍ରି ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଆଉ ଚାଲିବ ନାହିଁ ବେପାରୀ ମାନଙ୍କର ମନମାନି ।
ପର୍ଯ୍ୟାପ୍ତ ପରିମାଣରେ ଆଳୁ ଓଡ଼ିଶାବାସୀଙ୍କୁ ୩୦ ଟଙ୍କା କିଲୋରେ ଦିଆଯିବ । ଉତ୍ତରପ୍ରଦେଶରୁ ରେଳ ମାଧ୍ୟମରେ ଆଳୁ ଆସିବ ।
କେବଳ କଟକ ଓ ଭୁବନେଶ୍ୱର ନୁହେଁ ରାଜ୍ୟର ସବୁ ସ୍ଥାନରେ ଖାସକରି ସବୁ ଜିଲ୍ଲା ଏବଂ ବ୍ଲକର ମୁଖ୍ୟାଳୟରେ ଆଳୁ ଖୁଚୁରାରେ ୧୦୦ ଟଙ୍କାରେ ୩ କିଲୋ ମିଳିଛି । ମୁଁ ଏହି ସୂଚନା ପାଇଛି । ରବିବାରଠୁ ନାଫେଡ ମାଧ୍ୟମରେ ଆଳୁ ଓଡ଼ିଶାରେ ପହଞ୍ଚିଯିବ । ସମସ୍ତେ ୩୦ ଟଙ୍କା ପ୍ରତି କିଲୋରେ ଆଳୁ ପାଇପାରିବେ । ବ୍ୟବସାୟୀ ମାନେ ମହଜୁଦ ଷ୍ଟକରୁ ଆଳୁ ବିକ୍ରି କରିଛନ୍ତି । ଆଜି ମଧ୍ୟ ରେଳମନ୍ତ୍ରୀଙ୍କ ସହିତ ଆଳୁ ରେଳ ମାଧ୍ୟମରେ ଆମଦାନୀ ପାଇଁ କଥା ହୋଇଛି । ଉତ୍ତରପ୍ରଦେଶରୁ ରେଳ ମାଧ୍ୟମରେ ପର୍ଯ୍ୟାପ୍ତ ଆଳୁ ଆସିବ । ଆଳୁକୁ ନେଇ ଆଉ କାହାର ମନମାନି ଚାଲିବ ନାହିଁ । ଦିଦିଙ୍କର ମଧ୍ୟ ମନମାନି ଚାଲିବ ନାହିଁ । ସେମାନେ ପଶ୍ଚିମବଙ୍ଗରେ ତାଙ୍କ ଆଳୁ ରଖିବେ । ସଢିବା ପର୍ଯ୍ୟନ୍ତ ପାଚିବା ପର୍ଯ୍ୟନ୍ତ ରଖନ୍ତୁ ଆମର ମନା ନାହିଁ । ପ୍ରଥମ ପର୍ଯ୍ୟାୟରେ ୩ ଶହ ଟନ୍ ଆଳୁ ଓଡ଼ିଶାକୁ ଆସୁଛି । ପୁଣି ଦ୍ଵିତୀୟ ପର୍ଯ୍ୟାୟରେ ଆଳୁ ଆସିବ । ଏବେ ବେପାରୀ ମାନେ ମଧ୍ୟ ନିଜ ମନମାନି କରି ପାରିବେ ନାହିଁ । ସବୁ ସ୍ଥାନରେ ରେଡ୍ ହେଉଛି । ଏ ଯେଉଁ ଆଳୁ ମିଳୁଛି ତାହା ବେପାରୀ ମାନେ ମହଜୁଦ ରଖିଥିବା ଆଳୁ ବୋଲି ମନ୍ତ୍ରୀ କରିଛନ୍ତି ।