ଓଡ଼ିଶା ବଜାରରେ ଆସି ପହଞ୍ଚିଛି ପଶ୍ଚିମବଙ୍ଗ ଆଳୁ
ଓଡ଼ିଶା ବଜାରରେ ଆସି ପଶ୍ଚିମବଙ୍ଗ ଆଳୁ ପହଞ୍ଚିଛି। ଆଳୁ ସଙ୍କଟ ଦୂର ପାଇଁ ବହୁ ଆଳୁ ବୋଝେଇ ଟ୍ରକ ଆସି ପହଞ୍ଚିଛି ।

ଓଡ଼ିଶା ବଜାରରେ ଆସି ପଶ୍ଚିମବଙ୍ଗ ଆଳୁ ପହଞ୍ଚିଛି। ଆଳୁ ସଙ୍କଟ ଦୂର ପାଇଁ ବହୁ ଆଳୁ ବୋଝେଇ ଟ୍ରକ ଆସି ପହଞ୍ଚିଛି । ଏକ ନମ୍ବର, ୪ ନମ୍ବର, ଡମଣା, ଗଣେଶ ମାର୍କେଟ, ଝାରପଡା, ଚନ୍ଦ୍ରଶେଖରପୁର ସହ ଭୁବନେଶ୍ବରର ବିଭିନ୍ନ ହାଟରେ ପଶ୍ଚିମବଙ୍ଗରୁ ଆଳୁ ପହଞ୍ଚିଛି। ଆଳୁ ମାର୍କେଟରେ ପହଞ୍ଚିଥିବାର ଦର କମିବାର ବହୁତ ସମ୍ଭାବନା ରହିଛି।
ଆଜି ୧ ନମ୍ବର ହାଟରେ ୪୦ ରୁ ୪୫ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ୪ ନମ୍ବର ହାଟରେ ଆଇଗିଣିଆ ଆଳୁ କୋଲ୍ଡ଼ଷ୍ଟୋରରୁ ଆସୁଥିବା ଆଳୁ ସର୍ବନିମ୍ନ ୩୫ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ଆଳୁ ମାର୍କେଟ କୁ ଆସିବା ମାତ୍ରେ ଆଳୁ ରେଟ କମିବାର ସଙ୍କେତ ଆସିଛି । ଯେହେତୁ ଆଳୁ ଆସିବା ଆରମ୍ଭ ହୋଇଛି ତେଣୁ ଗ୍ରାହକ ବି କିଣିବା ପାଇଁ ତରତର ହେଉନଥିବା ଦେଖାଯାଉଛି । ଆସନ୍ତାକାଲି ଠାରୁ ଆଳୁ ରେଟ ଆହୁରି କମି ପୂର୍ବଭଳି ସ୍ବାଭାବିକ୍ ହୋଇଯିବା ଅଧିକ ସମ୍ଭାବନା ରହିଛି ।ତେବେକଳାବଜାରୀ ରୋକିବାକୁ ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀମାନେ ବିଭିନ୍ନ ପରିବା ମାର୍କେଟରେ ଯାଞ୍ଚ କରୁଛନ୍ତି ।