ସମ୍ବଲପୁର ଶାଢୀର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

୧୧୨ ତମ ମନ୍ କି ବାତ୍ରେ ଦେଶବାସୀଙ୍କୁ କରିଛନ୍ତି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିରେ ଓଡ଼ିଶାର ସମ୍ବଲପୁର ଶାଢୀର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଗକୁ ଜାତୀୟ ହସ୍ତତନ୍ତ ଦିବସ ଥିବାବେଳେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡିଶାର ହ୍ୟାଣ୍ଡଲୁମ ଶାଢୀର ଲୋକପ୍ରିୟତା ବିଷୟରେ କହିଥିଲେ ।
ସେହିପରି ଦେଶର ବିଭିନ୍ନ ପ୍ରାନ୍ତରେ କିପରି ହ୍ୟାଣ୍ଡଲୁମ ଶାଢୀକୁ ଲୋକପ୍ରିୟ କରିବାକୁ ସମସ୍ତେ ଲାଗି ପଡିଛନ୍ତି ସେ ବିଷୟରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ହସ୍ତତନ୍ତ ଶାଢୀର ଚାହିଦା ବଢିବାର ଲାଗିଛି । ବିଭିନ୍ନ ପ୍ରାନ୍ତରେ ହସ୍ତତନ୍ତ କାରିଗରୀକୁ ଲୋକପ୍ରିୟତା କରାଇବାରେ ଲୋକେ ଲାଗି ପଡିଛନ୍ତି । ଓଡ଼ିଶାର ସମ୍ବଲପୁରୀ ଶାଢୀ ହେଉ, ମଧ୍ୟପ୍ରଦେଶର ମାହେଶ୍ବରୀ ଶାଢୀ, ମହାରାଷ୍ଟ୍ରର ପୈଥାନୀ, ହିମାଚଳର ବୁଟିକୋ ସାଲ ଓ ଜମ୍ମୁ-କାଶ୍ମୀରର କନିସାଓ୍ବାଲ । ଦେଶର କୋଣ କୋଣରେ ହ୍ୟାଣ୍ଡଲୁମ କାରିଗରୀ ଛାଇଯାଇଛି । ୭ ଅଗଷ୍ଟରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ । ଆଜିକାଲି ଯେଉଁଭଳି ହସ୍ତତନ୍ତ ଉତ୍ପାଦ ଲୋକଙ୍କ ହୃଦୟରେ ନିଜ ଜାଗା ବନାଇଛି ତାହା ନିଶ୍ଚିତ ସଫଳଦାୟକ ଓ ଜବରଦସ୍ତ । ବର୍ତ୍ତମାନ ଅନେକ ଘରୋଇ କମ୍ପାନୀ ମଧ୍ୟ ଏଆଇ ମାଧ୍ୟମରେ ହ୍ୟାଣ୍ଡଲୁମ୍ ଉତ୍ପାଦ ଏବଂ ଦୀର୍ଘସ୍ଥାୟୀ ଫ୍ୟାଶନକୁ ପ୍ରୋତ୍ସାହିତ କରୁଛନ୍ତି । ଖଦି ଗ୍ରାମ ଉଦ୍ୟୋଗି କାରବାର ପ୍ରଥମ ଥର ପାଇଁ ୧.୫ ଲକ୍ଷ କୋଟି ଅତିକ୍ରମ କରିଛି ଏବଂ ଖଦିର ବିକ୍ରି ୪୦୦% ବୃଦ୍ଧି ପାଇଛି।
ଖଦି ଏବଂ ହସ୍ତତନ୍ତର ଚାହିଦା ଦିନକୁ ଦିନ ବଢୁଥିବାରୁ ଏହା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଅଧିକାଂଶ ମହିଳା ଏହି ଶିଳ୍ପ ସହିତ ଜଡିତ, ତେଣୁ ସେମାନେ ମଧ୍ୟ ଅଧିକ ଲାଭବାନ ହୁଅନ୍ତି । ଯଦି ଆପଣ ମାନେ ଏପର୍ଯ୍ୟନ୍ତ ଖଦି ପୋଷାକ କିଣି ନାହାଁନ୍ତି, ତେବେ ଏହି ବର୍ଷରୁ କିଣିବା ଆରମ୍ଭ କରନ୍ତୁ । ଅଗଷ୍ଟ ମାସ ଆସୁଛି, ଏହା ସ୍ୱାଧୀନତା ଓ କ୍ରାନ୍ତିର ମାସ । ଖଦି କିଣିବା ପାଇଁ ଏହାଠାରୁ ଭଲ ସୁଯୋଗ ଆଉ କଣ ହୋଇପାରେ ବୋଲି ମଧ୍ୟ କହିଛନ୍ତି ।
ସେ ଆହୁରି ମଧ୍ୟ କହିଥିଲେ ଯେ, ନିକଟରେ ଅନ୍ତର୍ଜାତୀୟ ମ୍ୟାଥମେଟିକ୍ସ ଅଲମ୍ପିଆଡ ହୋଇଥିଲା । ଏଥିରେ ୧୦୦ରୁ ଅଧିକ ଦେଶର ଯୁବକ ଭାଗ ନିଅନ୍ତି । ଆମର ଟିମ୍ ଟପ ୫ରେ ଆସିଛି । ଏଥିରେ ଆମ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ଚାରିଟି ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ସିଲଭର ପଦକ ଜିତିଛି ।