ଜମି ମାଲିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ଜେଲ୍ ଦଣ୍ଡାଦେଶ
ଅନ୍ୟର ଜମିରେ ଜୋର ଜବରଦସ୍ତ ଦଖଲ କରି ଘର ତିଆରି କରିବା ତଥା ଜମି ମାଲିକ ବିରୋଧ କରିବା ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଆଠ ଜଣଙ୍କୁ ଜେଲ୍ ଦଣ୍ଡ ହୋଇଛି ।

ଅନ୍ୟର ଜମିରେ ଜୋର ଜବରଦସ୍ତ ଦଖଲ କରି ଘର ତିଆରି କରିବା ତଥା ଜମି ମାଲିକ ବିରୋଧ କରିବା ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଆଠ ଜଣଙ୍କୁ ଜେଲ୍ ଦଣ୍ଡ ହୋଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କାଚୁଆପଦା ଗାଁରେ ଘଟିଥିବା ଏହି ଘଟଣାର ରାୟ ପ୍ରକାଶ କରି ସିଜେଏମ୍ ସୁଶିଲ କୁମାର ସାହୁ ଆଠ ଜଣଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ତାଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, କାଚୁଆପଦା ଗାଁରେ ଅଜୟ କୁମାର ନାୟକଙ୍କ ଜମିରେ 2014 ମସିହାରେ ଜୋରଜବରଦସ୍ତ କିଛି ଲୋକ ଘର ତିଆରି କରୁଥିଲେ । ଏହାକୁ ବିରୋଧ କରିବାରୁ ଅଜୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏନେଇ ଅଜୟ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ।
ଏହି ମାମଲାର ବିଚାର କରି ବାଲେଶ୍ବର ସିଜେଏମ୍ ସାକ୍ଷପ୍ରମାଣ ଆଧାରରେ ହେମନ୍ତ ମହାପାତ୍ର, ହରେନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର, ସୁଶାନ୍ତ କୁମାର ମହାପାତ୍ର, ସପନ ଦେ, କଳ୍ପନା ଦେ, ବାବୁରାମ ଦାସ ଓ ମାନସ ରଞ୍ଜନ ଦାସଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛନ୍ତି ।