ଓଡ଼ିଶାରେ ଇଲେକ୍ଟ୍ରିକ୍ ଗାଡି ପ୍ଲାଣ୍ଟ ସ୍ଥାପନ କରିବ JSW
ଓଡ଼ିଶାରେ ଇଲେକ୍ଟ୍ରିକ୍ ଗାଡି ପ୍ଲାଣ୍ଟ ସ୍ଥାପନ କରିବ JSW, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MOU ସ୍ଵାକ୍ଷର

ଓଡ଼ିଶାରେ JSW ଗ୍ରୁପ ମେଗା ଇଲେକ୍ଟ୍ରିକ ଗାଡି ଏବଂ ବ୍ୟାଟେରୀ ପ୍ଲାଣ୍ଟ ସ୍ଥାପନ କରିବ । ନରାଜରେ ୯ଶହ ଏକର ଜମିରେ ଏହି ପ୍ଲାଣ୍ଟ ସ୍ଥାପନ ହେବ । ୪୦ ହଜାର କୋଟି ପୁଞ୍ଜି ନିବେଶ କରିବ । ୧୧ ହଜାର ନିଯୁକ୍ତି ସୃଷ୍ଟି ହେବ । ୩ ବର୍ଷ ଭିତରେ ଏହା କାର୍ଯ୍ୟକ୍ଷମ ହେବ । ଅକ୍ଟୋବରରେ ଏହାର ଶିଳାନ୍ୟାସ ହେବ । ଯାତ୍ରୀବାହୀ ଏବଂ ବାଣିଜ୍ୟିକ ଯାନ ଉତ୍ପାଦନ ହେବ । ଏଥିପାଇଁ ନରାଜରେ ୯ଶହ ଏକର ଏବଂ ପାରାଦୀପରେ ୪ଶହ ଏକର ଜମି ସରକାର ଯୋଗାଇ ଦେଇଛନ୍ତି । ଏନେଇ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MOU ସ୍ଵାକ୍ଷର ହୋଇଛି ।
ତେବେ ଏହା ଓଡ଼ିଶାରେ ପ୍ରଥମ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରାଯିବ । ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଇଭି କାରଖାନା ହେଲେ ୧୧ ହଜାର ଯୁବପିଢିଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ । ଆନୁସଙ୍ଗିକ ଶିଳ୍ପ ଉଦ୍ୟୋଗ ମାନଙ୍କ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସବୁ ନୂତନ ଶିଳ୍ପ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ ଏବଂ ରାଜ୍ୟ ବିଶ୍ୱ ମାନଚିତ୍ରରେ ଏକ ଶିଳ୍ପ ଶକ୍ତି ଭାବେ ଗଢି ଉଠିବ ।