'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି' ଓ 'ପଡା ପୁଷ୍ଟି' ଯୋଜନାର ଶୁଭାରମ୍ଭ
ରାଜ୍ୟରେ ସମ୍ପୂର୍ଣ୍ଣ ପୁଷ୍ଟି ସାଧନ ସୁନିଶ୍ଚିତ କରିବା ପାଇଁ 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି' ଓ 'ପଡା ପୁଷ୍ଟି' ଯୋଜନାର ଶୁଭାରମ୍ଭ ହୋଇଛି

ରାଜ୍ୟରେ ସମ୍ପୂର୍ଣ୍ଣ ପୁଷ୍ଟି ସାଧନ ସୁନିଶ୍ଚିତ କରିବା ପାଇଁ 'ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି' ଓ 'ପଡା ପୁଷ୍ଟି' ଯୋଜନାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଏହାର ଶୁଭାରମ୍ଭ କରି 'ଉତ୍ତମ ପୋଷଣ, ସୁସ୍ଥ ଜୀବନ'ର ବାର୍ତ୍ତା ଦେଇଛନ୍ତି।
ଏହା ଅଧୀନରେ ରାଜ୍ୟର ମା’, କିଶୋରୀ ଓ ଶିଶୁମାନଙ୍କ ପୁଷ୍ଟିସାଧନ ପାଇଁ ସମ୍ପୂର୍ଣ୍ଣ ଆହାର ତଥା ଭିଟାମିନ ଯୁକ୍ତ ଛତୁଆ ଓ ଅଣ୍ଡା ଆଦି ବ୍ୟବସ୍ଥା କରାଯାଇଛି।
ସେହିପରି ‘ପଡା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ।
ଏଥିରେ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମା’ମାନେ ଗୁରୁଦାୟିତ୍ୱ ନିର୍ବାହ କରିବେ। ପୁଷ୍ଟି ସହିତ ସମୃଦ୍ଧିର ଗଭୀର ସମ୍ପର୍କ ରହିଛି ବୋଲି ଉଲ୍ଲେଖ କରି ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷ୍ୟ ପୂରଣ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।