ଅଲଗା ହେଲେ କି ଅର୍ଜୁନ୍-ମଲାଇକା

ଦୁହେଁ ନିଜ ସମ୍ପର୍କକୁ ନେଇ ଖୁବ୍ ଡେଡିକେଟେଡ୍ । କିନ୍ତୁ କିଛି ଦିନ ହେବ ଦୁହିଁଙ୍କର ବ୍ରେକଅପ ହୋଇଯାଇଥିବା ଖବର ଶୁଣିବାକୁ ମିଳୁଛି

ଅଲଗା ହେଲେ କି ଅର୍ଜୁନ୍-ମଲାଇକା

ବଲିଉଡର ଲୋକପ୍ରିୟ ଲଭବାର୍ଡ। ମଲାଇକା ଅରୋରା ଓ ଅର୍ଜୁନ କପୁର୍‌ । ରିଲେସନସିପକୁ ନେଇ ଉଭୟ ସବୁବେଳେ ଚଚ୍ର୍ଚାରେ ରହିଥାନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ଖୁବ୍ ଡେଡିକେଟେଡ୍ । କିନ୍ତୁ କିଛି ଦିନ ହେବ ଦୁହିଁଙ୍କର ବ୍ରେକଅପ ହୋଇଯାଇଥିବା ଖବର ଶୁଣିବାକୁ ମିଳୁଛି ।ଏବେ ଅର୍ଜୁନ କପୁର ଇନଫ୍ଲୁଏନସର କୁଶା କପିଳାଙ୍କୁ ଡେଟ୍‌ କରୁଥିବାର ସୋସିଆଲ ମିଡିଆରେ ଗୁଜବ ଉଠିଛି।

କିନ୍ତୁ ଏହାପରେ ପୁଣିଥରେ ମଲାଇକା ଏବଂ ଅର୍ଜୁନଙ୍କୁ ଏକାଠି ଦେଖିବାକୁ ମିଳିଛି।ତେଣୁ ବ୍ରେକଅପ୍ ଖବର ସତ କି ନୁହେଁ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରୁ ଜଣେ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ତନ୍ମଧ୍ୟରୁ ଜଣେ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ବିବାହ ନ କରି ପାରିବା କାରଣରୁ ଦୁଇମାସ ପୂର୍ବରୁ ଅଲଗା ହେବା ପାଇଁ ଅର୍ଜ୍ଜୁନ ଓ ମଲାଇକା ନିଷ୍ପତ୍ତି ନେଇଥିଲେ। କିନ୍ତୁ ବ୍ରେକଅପ ଖବରକୁ ନେଇ ମଲାଇକା ଏବଂ ଅର୍ଜୁନଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।