ନବୀନ ନିବାସରେ କୋରାପୁଟ କସରତ

୨୪ ସଜବାଜ । ପାଖେଇ ଆସୁଛି ନିର୍ବାଚନ । ଏନେଇ ସବୁ ଦଳ ପକ୍ଷରୁ ଆରମ୍ଭ ହେଲାଣି କସରତ । ଏହିକ୍ରମରେ ବିଜେଡି ମଧ୍ୟ ପଛରେ ନାହିଁ । ଦଳ ପକ୍ଷରୁ ଗତ କିଛି ଦିନ ଧରି ଜିଲ୍ଲା ଓ୍ୱାରୀ ଚାଲିଛି ଆଲୋଚନା । ଏହିକ୍ରମରେ ବୁଧବାର ଦିନ ନବୀନ ନିବାସରେ ଚାଲିଛି କୋରାପୁଟ କସରତ ।
ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ନବୀନ ନିବାସରେ ପହଞ୍ଚିଛନ୍ତି କୋରାପୁଟ ପର୍ଯ୍ୟବେକ୍ଷକ ଆଉ ନେତା ।ଏଥିରେ ଅଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଆଉ କିଛି ନେତା ଉପସ୍ଥିତ ରହିଥିବା ସୂଚନା ମିଳିଛି ।
ସେହିପରି ପୂର୍ବରୁ ପୁରୀ , କେନ୍ଦ୍ରାପଡ଼ା ଜିଲ୍ଲା ଓ୍ୱାରୀ ସମୀକ୍ଷା କରିଛନ୍ତି ପାର୍ଟି ସୁପ୍ରିମୋ । ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ନେତା ଏବଂ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥିଲେ । ଦଳ ଆଗାମୀ ନିର୍ବାଚନରେ କିପରି ପ୍ରାର୍ଥୀ ଦେବ । କିପରି ଦଳ ବିଜୟ କରିବ । ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।