ଲୋକାଲ୍ ଦେଶୀ ବନ୍ଧୁକ କାରଖାନା ଠାବ

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ୫ ଅଟକ, ବେଧଡକ ଚାଲିଥିଲା ବନ୍ଧୁକ ତିଆରି, ବିକ୍ରି କରି କମଉ ଥିଲେ ଲକ୍ଷାଧିକ ଟଙ୍କା, ଚାଲିଛି ତନାଘନା

ଲୋକାଲ୍ ଦେଶୀ ବନ୍ଧୁକ କାରଖାନା ଠାବ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଠାରେ ଜଙ୍ଗଲ ଓ ପୁଲିସ ବିଭାଗର ମିଳିତ ଉଦ୍ୟମରେ ଏକ ଦେଶୀ ବନ୍ଧୁକ ତିଆରି ୟୁନିଟ ଠାବ ହେବା ସହିତ ବନ୍ଧୁକ ତିଆରିରେ ବ୍ୟବହାର ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଛତିଶଗଡ଼ ରାଜ୍ୟ ଜଙ୍ଗଲ ବିଭାଗ ଉପନିର୍ଦ୍ଦେଶକ ଉଦନ୍ତୀ ସୀତା ନଦୀ ଟାଇଗର ରିଜର୍ଭ ଗରିଆବନ୍ଧ ଜୋନର ଡିଏଫ୍ଓ ବରୁଣ ଜୈନ ଓ କଳାହାଣ୍ଡି ସାଉଥ୍ ଡିଏଫ୍ଓ ଲାଡେ ଗଜାନନ ଦୟାନନ୍ଦ ଜୟପାଟଣା ପୋଲିସର ସହାୟତାରେ ମଙ୍ଗଳପୁର ଠାରେ ନିର୍ମାଣ ହେଉଥିବା ଦେଶୀ ବନ୍ଧୁକ ତିଆରି କାରଖାନାରେ ଚଢ଼ାଉ କରିଥିଲେ। ମଙ୍ଗଳପୁରଠାରେ ଦେଶୀ ବନ୍ଧୁକ ତିଆରି ହୋଇ ଛତିଶଗଡ଼ ଅଞ୍ଚଳକୁ ଯାଉଥିଲା। ଉଦନ୍ତି ସୀତା ନଦୀ ଟାଇଗର ରିଜର୍ଭ ଛତିଶଗଡ଼ରେ ଶିକାରୀ ବାଗ ଶିକାର କରି ଫେରାର ହୋଇ ଯାଉଥିଲେ। ତଦନ୍ତ ପରେ ଆଣ୍ଟି ପିଚିଙ୍ଗ ଟିମ ବନ୍ଧୁକ କଳାହାଣ୍ଡି ଜିଲ୍ଲା ମଙ୍ଗଳପୁରରେ ବନ୍ଧୁକ ତିଆରି ହୋଇ ଛତିଶଗଡ଼ ଅଞ୍ଚଳକୁ ଯାଉଥିବା ତଦନ୍ତରୁ ଜାଣିବା ପରେ ଆଜି ମଙ୍ଗଳପୁରରେ ୨୫ ଜଣଙ୍କ ଘରେ ଚଢ଼ାଉ କରିଥିଲା।