ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ I

ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ I ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଘଟଣାର ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଧାୟକଙ୍କ ଭାଇ ତଥା ନଗରପାଳ ବରିୟାମ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ ବାଇକ ରା଼ଲ୍ଲୀରେ ଯାଇ ପିକେଟିଂ କରି ଦୋକାନ ବଜାରକୁ ବନ୍ଦ କରିଥିଲେ I ତେବେ ଆଜିଠାରୁ ମାଟ୍ରିକ୍‌ ତଥା ଯୁକ୍ତ ୨ ପରୀକ୍ଷା ଚାଲିଥିବାରୁ ଶିକ୍ଷାନୁଷ୍ଠାନ,ବିଭିନ୍ନ ସରକାରୀ ଅନୁଷ୍ଠାନ,ଜରୁରୀକାଳୀନ ସେବା ସହିତ ଗାଡି ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି।

ସୂଚନାନୁସାରେ,ରବିବାର ରାତିରେ କେହି ଜଣେ ଦୁର୍ବୃତ୍ତ କଣ୍ଟାବାଞ୍ଜି ସହରର ଦୁଇଟି ସ୍ଥାନରେ ବ୍ୟାନର ମାରି ଫେରାର ହୋଇଯାଇଥିଲେ। ବ୍ୟାନରରେ ୧୫ ପନ୍ଦର ଦିନ ଭିତରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ହତ୍ୟା କରାଯିବ ବୋଲି ଲେଖା ଯିବା ସହିତ ଜଣେ ଯୁବକଙ୍କର ଫଟୋ ମଧ୍ୟ ଲଗାଯାଇଥିଲା। କଣ୍ଟାବାଞ୍ଜି ପୋଲିସ ବ୍ୟାନର ଜବତ କରି ତଦନ୍ତ ଜାରି ରଖିଛି।