ଆଇଏମବି ଗ୍ରୁପ ପକ୍ଷରୁ ଆଇଏମବି-ଇଗନାଇଟ' ୨୦୨୩

ଭୂବନେଶ୍ୱର ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ୨୦୨୩-୨୦୨୪ ଶିକ୍ଷାବର୍ଷରେ ଯୋଗ ଦେଇଥିବା ନବାଗତ ପିଜିଡିଏମ ଓ ହୋଟେଲ୍ ମ୍ୟାନେଜମେଣ୍ଟ୍ ଲାଗି ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଆଇଏମବି-ଇଗନାଇଟ' ୨୦୨୩ ଅନୁଷ୍ଠିତ ହୋଇଯାଇଛି

ଆଇଏମବି ଗ୍ରୁପ ପକ୍ଷରୁ ଆଇଏମବି-ଇଗନାଇଟ' ୨୦୨୩

ଭୂବନେଶ୍ୱର ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ୨୦୨୩-୨୦୨୪ ଶିକ୍ଷାବର୍ଷରେ ଯୋଗ ଦେଇଥିବା ନବାଗତ ପିଜିଡିଏମ ଓ ହୋଟେଲ୍ ମ୍ୟାନେଜମେଣ୍ଟ୍ ଲାଗି ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଆଇଏମବି-ଇଗନାଇଟ' ୨୦୨୩ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀ ଶ୍ରୀଧର ପାତ୍ର, ସିଏମଡି ନାଲକୋ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ ବିଶ୍ୱରାଜ ପଟ୍ଟନାୟକ ,ଚିଫ୍ ଏଡିଟର କଳିଙ୍ଗ ସ୍କ୍ରୋଲ୍ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଶ୍ରୀ ସେକ୍ରେଟାରୀ ଶ୍ରୀ ରାଜର୍ଷି ଜ୍ଞାନଦର୍ଶୀ ବି ଉପସ୍ଥିତ ଥିଲେ । ଡାଇରେକ୍ଟର ପ୍ରଫେସର ଡକ୍ଟର ତ୍ରିଲୋଚନ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ମୂଖ୍ୟ ଅତିଥି ଶ୍ରୀ ଶ୍ରୀଧର ପାତ୍ର ଛାତ୍ରମାନଙ୍କୁ ଚରିତ୍ର ଗଠନର ଏକ ମାର୍ଗ ଓ ତାର ଉପାଦେୟତା ବିଶୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଫେସର ଅମିତା ପଣ୍ଡା ପରିଚାଳନା କରିଥିଲେ ଓ ପ୍ରଫେସର ମଧୁସ୍ମିତା ସାହୁ ଓ ଫ୍ରଫେସର କୈବଲ୍ୟ ମହାନ୍ତି ସଂଯୋଜନା କରିଥିଲେ । ଶେଷରେ ଡିନ୍ ପ୍ରଫେସର ଦୀପକ ଆଚାର୍ଯ୍ୟ ଧନ୍ୟବାଦ୍ ଦେଇଥିଲେ ।