ଆଜିର ରାଶିଫଳ

ଆଜିର ରାଶିଫଳ

*ମହାବୀର ପଞ୍ଜିକା*

 *✧═════•❁❀❁•═════✧*   

 *ଅଦ୍ୟ ମାର୍ଚ୍ଚ ମାସ ୦୬ ତାରିଖ ୨୦୨୪ ମସିହା(ବୁଧବାର)*

*ଶକାବ୍ଦ -୧୯୪୫* 

*ସମ୍ବତ -୨୦୮୦*

*ଦିଲ୍ଲୀସ୍ୱରାଦ୍ଧ-୧୪୩୧*

*ସମ୍ବତ୍ସର-ପିଙ୍ଗଳ*

*ଫାଲଗୁନମାସ- କୃଷ୍ଣପକ୍ଷ*

*ତିଥି- ଦଶମୀ ପ୍ରାତଃ ଘ୦୬/୪୧ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ*

*ନକ୍ଷତ୍ର- ପୂର୍ବାଷାଢା ଦିବା ଘ୦୩/୩୨ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା*

*ଚନ୍ଦ୍ର- ଧନୁ ରାତ୍ରି ଘ୦୯/୧୧ ପର୍ଯ୍ୟନ୍ତ ତଦନ୍ତେ ମକର*

*ଯୋଗ- ବ୍ୟତିପ।ତ*

*କରଣ - ବିଷ୍ଟି*

*ସୌରମାସ- କୁମ୍ଭ ୨୩ ଦିନ*

*✧═════•❁❀❁•════✧*

*ସୁର୍ୟୋଦୟ-ପ୍ରାତଃ ଘ୦୬/୦୬/୫୬*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୫୦*

*✧═════•❁❀

*ଯୋଗିନୀ ଉତ୍ତରେ ପ୍ରାତଃ ଘ୦୬/୪୨ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ*

*ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ସିଂହ ରାଶିର ଘାତଚନ୍ଦ୍ର*

 *କର୍କଟ ରାଶି ର ଘାତବାର*

✧═════•❁❀❁•═══

*କାଳବେଳା -ଦିବା ଘ୦୯/୦୧ ଗତେ ଘ୧୦/୩୦ ମଧ୍ୟେ*

 *ବାରବେଳା - ଦିବା ଘ୧୧/୫୬ ଗତେ ଘ୦୧/୨୫ ମଧ୍ୟେ*

══•❁❀❁•═

*ବିଶୁଦ୍ଧ ଅମୃତ ବେଳ। - ଦିବା ଘ ଘ୦୭/୪୦ମଧ୍ୟେ ଓ ଘ ୦୧/୨୬ ଗତେ ଘ୦୨/୦୪ ମଧ୍ୟେ ଓ ରାତ୍ରି ଘ୦୬/୪୦ ଗତେ ଘ୦୯/୦୪ ମଧ୍ୟେ*

*ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ୦୪/୨୬ ଗତେ ଘ୦୫/୫୧ ମଧ୍ୟେ*

═✧*══•❁❀❁•═════✧

*ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ*

*═✧*══•❁❀❁•═════✧

 *ଡ:ବାୟୁନନ୍ଦନ ମିଶ୍ର*  

 *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* 

*ଅଦୃଶ୍ୟଶକ୍ତି ଭବନ*

*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*

*ମୋବାଇଲ-9437064130*

*www.adrushyashaktiastro.com*

*✧═════•❁❀❁•═════✧*  

*꧁ ଆଜିର ରାଶିଫଳ꧂*

        *✧═════•❁❀❁•═════✧*

*ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।*

*ବୃଷ:-ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।*

*ମିଥୁନ:-ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ।* 

* କର୍କଟ :-ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଶିଳ୍ପ, ରପ୍ତାନି ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।*

*ସିଂହ:-ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।*

*କନ୍ୟା:-ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।*

*ତୁଳା:-ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।*

*ବିଛା:-ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେନ।*

*ଧନୁ:-ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।*

*ମକର:-ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।*

*କୁମ୍ଭ:-ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।*

*ମୀନ:-ଆଜି ଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।*