୪୦୦ କୋଟି ଛୁଇଁଲା ଗଦର-୨
୪୦୦ କୋଟି ଛୁଇଁଲା ଗଦର-୨, ନିର୍ଦ୍ଦେଶକଙ୍କୁ ଉପହାର

ଆଜିକାଲି ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କର୍ଷ ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ୪୦୦ କୋଟିରୁ ଅଧିକ ଆୟ କଲାଣି। ସମସ୍ତେ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରୁଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍ ଜୋନାସ ମଧ୍ୟ ‘ଗଦର ୨’କୁ ପ୍ରଶଂସା କରିଛନ୍ତି। ଉଭୟ ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପାଇଁ ଏକ ବିଶେଷ ଉପହାର ପଠାଇ ଫିଲ୍ମର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉପହାରର ଫଟୋ ଶେୟାର କରି ନିର୍ଦ୍ଦେଶକ ନିଜେ ଏହି ଦମ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଅନୀଲ ସୋସିଆଲ ମିଡିଆରେ ଚିତ୍ର ସେୟାର କରି ଖୁସି ବ୍ୟକ୍ତ କରିଥିଲେ
ଅନୀଲ ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ଏକ ସୁନ୍ଦର ଫୁଲ ତୋଡା ଏବଂ ଦ୍ୱିତୀୟ ଫଟୋରେ ଏକ ନୋଟ ଦୃଶ୍ୟମାନ ହେଉଛି। ଏହି ନୋଟରେ ଲେଖାଯାଇଛି- ପ୍ରିୟ ଅନିଲ ସାର୍, ଗଦର ୨ ର ସଫଳତା ପାଇଁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଗାମୀ ସମୟ ପାଇଁ ଆପଣଙ୍କୁ ଶୁଭେଚ୍ଛା। ପ୍ରିୟଙ୍କା ଏବଂ ନିକଙ୍କ ପକ୍ଷରୁ ଢେର ସାରା ଭଲ ପାଇବା। ପ୍ରିୟଙ୍କା ଏବଂ ନିକଙ୍କ ନୋଟ ଶେୟାର କରି ଅନିଲ ଲେଖିଛନ୍ତି – ତୁମ ଦୁହିଁଙ୍କୁ ଅନେକ ଧନ୍ୟବାଦ। ତୁମର ଏହି ଉପହାର ମୋ ହୃଦୟକୁ ସ୍ପର୍ଶ କଲା।