ରାଜ୍ୟରେ ଶୀଘ୍ର କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା

ଏହା କାର୍ଯ୍ୟକାରୀ ହେଲେ ଉପଭୋକ୍ତା ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇ ୩ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ବ୍ୟବହାର କରିପାରିବେ ।

ରାଜ୍ୟରେ ଶୀଘ୍ର କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା

ରାଜ୍ୟରେ ଶୀଘ୍ର କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା । ଏ ନେଇ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମୀକ୍ଷା କରିଛନ୍ତି । ଏହି ଯୋଜନାରେ କିଭଳି ଅଧିକରୁ ଅଧିକ ଲୋକ ଲାଭବାନ ହୋଇପାରିବେ, ସେ ନେଇ ସଚେତନତା ସୃଷ୍ଟି କରିବାକୁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ବୈଠକରେ କୁହାଯାଇଛି ।

ଏହା କାର୍ଯ୍ୟକାରୀ ହେଲେ ଉପଭୋକ୍ତା ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇ ୩ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ବ୍ୟବହାର କରିପାରିବେ । ଏହା ବ୍ୟତୀତ ଅଧିକ ଉତ୍ପାଦିତ ହେଉଥିବା ବିଜୁଳି ରାଜ୍ୟ ଶକ୍ତି ବିଭାଗକୁ ବିକ୍ରି କରିବେ । ତେବେ କ’ଣ ରହିବ ନିୟମ, କେମିତି ଉପଭୋକ୍ତା ସହଜରେ ଏସବୁ କରିପାରିବେ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ଶକ୍ତି ବିଭାଗର ମୁଖ୍ୟ ଯନ୍ତ୍ରୀ(ଇଆଇସି), ଗ୍ରୀଡକୋ ଓ ବିଭିନ୍ନ ବିତରକ କମ୍ପାନିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।