ଆଜି ଘୋଷଣା ହେବ ନିର୍ବାଚନ କମିଶନ

ଆଜି ଅପରାହ୍ନ ୩ଟା ସମୟରେ ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ସହ ଓଡ଼ିଶା, ସିିକିମ୍‌, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରିବେ।

ଆଜି ଘୋଷଣା ହେବ ନିର୍ବାଚନ କମିଶନ

ଆଜି ଅପରାହ୍ନ ୩ଟା ସମୟରେ ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ସହ ଓଡ଼ିଶା, ସିିକିମ୍‌, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରିବେ। ବହୁ ପ୍ରତୀକ୍ଷିତ ଲୋକ ସଭା ଭୋଟ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ୍‌ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯିବ।

ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଏବଂ ନବ ନିଯୁକ୍ତ ୨ ନିର୍ବାଚନ କମିଶନର (ଇସି) ଜ୍ଞାନେଶ କୁମାର ଓ ସୁଖବୀର ସିଂ ସନ୍ଧୁ ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିବେ। ଏନେଇ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ' ହ୍ୟାଣ୍ଡେଲରେ ଶୁକ୍ରବାର ସୂଚନା ଦିଆଯାଇଛି। ବର୍ତ୍ତମାନର ଲୋକ ସଭା କାର୍ୟ୍ୟକାଳ ଆସନ୍ତା ଜୁନ୍‌ ୧୬ରେ ଶେଷ ହେବ। ଏଥିସହ ନୂଆ ଲୋକ ସଭା ଗଠନ କରାଯିବ। ଏଥିପାଇଁ ଏପ୍ରିଲରୁ ମେ' ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ଖବରଦାତା ସମ୍ମିଳନୀରେ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରାଯିବ। ଏହି ଘୋଷଣା ସହ ଦେଶରେ ନିର୍ବାଚନୀ ବିଗୁଲ ବାଜିବ ଓ ତତ୍କାଳ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଗତ ଲୋକ ସଭା ନିର୍ବାଚନ ତାରିଖ ୨୦୧୯ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା। ନିର୍ବାଚନ ଏପ୍ରିଲ ୧୧ରୁ ମୋଟ ୭ଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ମେ' ୨୩ରେ ଭୋଟ ଗଣତି କରାଯାଇଥିଲା। ଆଗାମୀ ନିର୍ବାଚନରେ ମୋଟ ୯୬.୮୮ କୋଟି ଭୋଟର ମତଦାନ କରିବେ। ପ୍ରଥମ ଥର ପାଇଁ ଦେଶର ୨ କୋଟି ନୂଆ ଭୋଟରଙ୍କ ସହ ୯୭.୮୮ କୋଟି ଭୋଟର ୨୦୨୪ରେ ଦିଲ୍ଲୀ ସିଂହାସନ ନିମନ୍ତେ ନିଜର ମତାଧିକାର ସାବ୍ୟସ୍ତ କରିବେ।ଆଜି ନିର୍ବାଚନ କମିଶନଙ୍କ ଘୋଷଣା ସହ ସାରା ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। କୁହାଯାଉଛି ଯେ ୫୪୩ ଲୋକସଭା ଆସନ ପାଇଁ ସାରା ଦେଶରେ ୭ରୁ ୮ ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।