ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ, ନାଳନ୍ଦାରୁ ଗିରଫ ହେଲା ଅଭିଯୁକ୍ତ
ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ, ନାଳନ୍ଦାରୁ ଗିରଫ ହେଲା ଅଭିଯୁକ୍ତ

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ବାଗେଶ୍ୱର ଧାମର ମୁଖ୍ୟ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଛନ୍ତି । ୧୦ଲକ୍ଷ ନଦେଲେ ହତ୍ୟା କରିବେ ବୋଲି ଇମେଲ ପଠାଇଛନ୍ତି । ଏ ନେଇ ଗତ ଅକ୍ଟୋବର ମାସରେ ବାଗେଶ୍ୱର ଧାମର ମୁଖ୍ୟ ପରିଚାଳନା କମିଟି ସଦସ୍ୟ ନିଶାନ୍ତ ନାୟକ ବାମିଥା ଥାନାରେ ଅଭିଯୋଗ କରିଥିଲେ ଯେ ଅକ୍ଟୋବର ୧୯ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଆଶ୍ରମର ଅଫିସିଆଲ୍ ଇମେଲ୍ ଆଇଡିରେ ଏକ ମେଲ୍ ଆସିଥିଲା।
୧୦ ଲକ୍ଷ ଟଙ୍କା ମାଗିବା ସହ ଟଙ୍କା ନଦେଲେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା।
ମାମଲାର ଗମ୍ଭୀରତାକୁ ଅନୁଭବ କରି ପୁଲିସ ମାମଲାକୁ ଗୋପନ ରଖିବା ସହ ତଦନ୍ତ ଜାରି ରଖିଥିଲା । ପୁଲିସ ସାଇବର ବିଶେଷଜ୍ଞଙ୍କ ଦ୍ୱାରା ଏହାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଇମେଲଟି ବିହାରରୁ ପଠାଯାଇଥିଲା । ଏହା ପରେ ବିହାରର ପାଟନା ନାଳନ୍ଦାରୁ ମେଲ୍ ପଠାଇଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।