ସେଲ୍‌ଫି ହେଲା କାଳ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଗୋଟିଏ ଦିନରେ ନଦୀରେ ଭାସି ୪ଜଣ ନିଖୋଜ ହୋଇଯାଇଛନ୍ତି।

ସେଲ୍‌ଫି ହେଲା କାଳ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଗୋଟିଏ ଦିନରେ ନଦୀରେ ଭାସି ୪ଜଣ ନିଖୋଜ ହୋଇଯାଇଛନ୍ତି। ବିପଜ୍ଜନକ ସେଲ୍‌ଫି ନେବା ବେଳେ ଦୁଇ ଛାତ୍ର ଓ ଦେବୀଦ୍ବାର ଘାଟ‌ରେ ଗାଧୋଉଥିବା ବେଳେ ଜଣେ ଯୁବକ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ପୁରୀ ଜିଲ୍ଲା ଦେଇ ବହିଥିବା ରାଜୁଆ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି। ସମସ୍ତ ୪ଜଣଙ୍କୁ ଖୋଜା ଚାଲିଥିଲେ ହେଁ ଖବର ଲେଖା ହେବା ବେଳକୁ କାହାରି ପତ୍ତା ମିଳିନଥିଲା।

ନରାଜ ସିଦ୍ଧେଶ୍ୱର ମୁଣ୍ଡିଆ ମହାନଦୀ କୂଳ ପଥର ଉପରେ ବସି କଟକ ଷ୍ଟିୱାର୍ଟ ସାଇନ୍‌ସ କଲେଜର ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଦେବବ୍ରତ ଚୌଧୁରୀ ଓ ଆଦିତ୍ୟ ମଲ୍ଲିକ ସେଲ୍‌ଫି ନେଉଥିଲେ। ଗୋଡ଼ ଖସିଯିବାରୁ ଦୁହେଁ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ବାରଙ୍ଗ ଅଗ୍ନିଶମ ବିଭାଗର ବୁଡ଼ାଳିମାନେ ଘଟଣାସ୍ଥଳରେ ପହଁଚି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ପାଇନଥିଲେ। ସେମାନଙ୍କ ସହ ଯାଇଥିବା ଅନ୍ୟ ୬ବନ୍ଧୁଙ୍କୁ ଗୋଡ଼ିସାହି ଫାଣ୍ଡି ପୁଲିସ ପଚରାଉଚରା କରୁଛି।