ମଇଁଷିକୁ ଝାମ୍ପିନେଲା ୧୫ ଫୁଟିଆ କୁମ୍ଭୀର

ଏପରିକି କିଛି ଗ୍ରାମବାସୀ ନଦୀ କୂଳରେ କୁମ୍ଭୀରକୁ ଜଗି ବସିଛନ୍ତି।

ମଇଁଷିକୁ ଝାମ୍ପିନେଲା ୧୫ ଫୁଟିଆ କୁମ୍ଭୀର

ମଇଁଷିକୁ ଝାମ୍ପିନେଲା ୧୫ ଫୁଟିଆ କୁମ୍ଭୀର। ଆରଡ଼ି ସାଳନ୍ଦୀ ନଦୀପଠାରୁ ଏକ ମଇଁଷିକୁ କୁମ୍ଭୀର ଟାଣି ନେଇଛି। ମଇଁଷିଟି ପାଣି ପିଉଥିବା ବେଳେ କୁମ୍ଭୀର ଝାମ୍ପି ନେଇଥିବା ସୂଚନା ମିଳିଛି। 

କୁମ୍ଭୀରଟି ପାଖାପାଖି ୧୫ ଫୁଟ ଲମ୍ବର ହୋଇଥିବା ଅନୁମାନ କରାଯାଉଛି। ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଏପରିକି କିଛି ଗ୍ରାମବାସୀ ନଦୀ କୂଳରେ କୁମ୍ଭୀରକୁ ଜଗି ବସିଛନ୍ତି। ପ୍ରତିଦିନ ନଦୀବନ୍ଧ ଦେଇ ଛୋଟ ପିଲାମାନେ ସ୍କୁଲକୁ ଯାଉଥିବାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।