୨୬ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜକୋଷ ଖୋଲି ଦେଇଛନ୍ତି।

ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜକୋଷ ଖୋଲି ଦେଇଛନ୍ତି। ରାଜ୍ୟର ୯୫.୯୦ଲକ୍ଷ ପରିବାର (ଖାଦ୍ୟ ସୁରକ୍ଷା ହିତାଧିକାରୀ) କୁ ହଜାରେ ଟଙ୍କା ଲେଖାଏଁ ସହ ୨ଟି ଝୋଟ ବ୍ୟାଗ ଯୋଗାଇ ଦେବେ। ଏବାବଦରେ ରାଜ୍ୟ ସରକାର ମୋଟ ୧୨୩୭.୭୪କୋଟି ଟଙ୍କା ବ୍ୟୟ କରିବେ। ନିର୍ବାଚନ ଆଚରଣ ବିଧି ଘୋଷଣା ହେବା ପୂର୍ବରୁ ପ୍ରତି ପରିବାର ପାଖରେ ହଜାରେ ଟଙ୍କା ଲେଖାଏଁ ପହଂଚାଇବାର ଏହି ନୂଆ ଫନ୍ଦି ବାହାର କରିଛନ୍ତି ରାଜ୍ୟର ଶାସକ ବିଜେଡି।