କଣ ପାଇଁ ହେଉନାହିଁ କାର୍ଯ୍ୟାନୁଷ୍ଠାନ ବିଜେପି ର କଡ଼ା ଆଭିମୁଖ୍ୟ

କଣ ପାଇଁ ହେଉନାହିଁ କାର୍ଯ୍ୟାନୁଷ୍ଠାନ, ମୁଖ୍ୟ ଶାସନ ସଚିବ ଙ୍କ ନୀରବତା କାହା ସ୍ବାର୍ଥରେ, ବିଜେପି ର କଡ଼ା ଆଭିମୁଖ୍ୟ

କଣ ପାଇଁ ହେଉନାହିଁ କାର୍ଯ୍ୟାନୁଷ୍ଠାନ ବିଜେପି ର କଡ଼ା ଆଭିମୁଖ୍ୟ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବାରମ୍ବାର ନିୟମ ଉଲ୍ଲଘଂନ କରୁଥିବାର ଅଭିଯୋଗ ଆସୁଛି ଓ କେନ୍ଦ୍ର ସରକାର ବାରମ୍ବାର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ସଚିବଙ୍କୁ କହୁଛନ୍ତି । କିନ୍ତୁ ରାଜ୍ୟର ମୁଖ୍ୟ ସଚିବ ରହସ୍ୟଜନକ ନିରବତା ଅବଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ପାଇଁ ମଂଚ ବାନ୍ଧିବା ଓ ଚେୟାର ପକାଇବାକୁ ଯଦି ବିଜେଡିର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ମିଶ୍ରଙ୍କୁ ଯଦି ଖୁସି ଲାଗୁଛି, ତେବେ ଆମର କିଛି କହିବାର ନାହିଁ ଓ ସେମାନେ ତାଙ୍କ ବିବେକକୁ ପଚାରିକି କାର୍ଯ୍ୟ କରନ୍ତୁ ବୋଲି ବିଜେପି କହିଛି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ କିଛି ମାସ ହେବ ଗଣତନ୍ତ୍ର ଭୁଶୁଡ଼ି ପଡ଼ିଥିବା ଭଳି ମନେ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଯେଉଁଭଳି ଭାବରେ ବିକାଶର ମିଛ କାହାଣୀର ଡିଣ୍ଡିମ ପିଟୁଛନ୍ତିି, ତାହା ଭାରତବର୍ଷରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେହିପରି କୋଟି କୋଟି ଟଙ୍କା ଜବତ ହୋଇଥିବା ଲାଂଚୁଆ ଅଫିସର ଓ ହତ୍ୟା ଅଭିଯୁକ୍ତଙ୍କ ସହିତ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବା ରାଜ୍ୟରେ ୫-ଟିର ସ୍ୱଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରିଛି ।