ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ। ବିଧାନସଭା ପାଇଁ ବିଷମ କଟକରୁ ଜଗନ୍ନାଥ ସାରକା, ଗୁଣୁପୁରରୁ ରଘୁନାଥ ଗମାଙ୍ଗ, ରାୟଗଡାରୁ ଅନସୂୟା ମାଝୀ, ବରଗଡ଼ ଦେବେଶ ଆରାର୍ଯ୍ୟ, ବିଜେପୁର ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ସେହିପରି ଜଳେଶ୍ୱରରୁ ଅଶ୍ୱିନୀ ପାତ୍ର, ବସ୍ତାରୁ ଶୁଭାସିନୀ ଜେନା, ଭଣ୍ଡାରିପୋଖରୀରୁ ସଞ୍ଜିବ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ, ଧାମନଗରରୁ ସଞ୍ଜୟ କୁମାର ଦାସ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି।

ସୋନପୁରରୁ ନିରଞ୍ଜନ ପୂଜାରୀ, ପାଟଣାଗରୁ ସରୋଜ ମେହର, ବଲାଙ୍ଗୀରରୁ କଳିକେଶ ସିଂଦେଓଙ୍କୁ ପ୍ରାର୍ଥୀ କରିଛି ବିଜେଡି। ସେହିପରି ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀ ଓ ପାଟକୁରାରୁ ଅରବିନ୍ଦ ମହାପାତ୍ର ବିଜେଡି ପ୍ରାର୍ଥୀ ହୋଇଛନ୍ତି।

ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପ ତିର୍କୀ, ମୟୂରଭଂଜ- ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି -ନବରଙ୍ଗପୁର- ପ୍ରଦୀପ ମାଝୀ, ଭୁବନେଶ୍ବର- ମନ୍ମଥ ରାଉତରାୟ -କୋରାପୁଟ- କୌଶଲ୍ୟା ହିକକା, ଆସିକା- ରଂଜିତା ସାହୁ ପ୍ରାର୍ଥୀ ହୋଇଛନ୍ତି।