30ଜଣିଆ ସ୍ବେଚ୍ଛାସେବୀ ଦଳ ର ରକ୍ତଦାନ
ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ଵର ଜିଲ୍ଲା ବାହାନଗା ନିକଟରେ ଘଟିଯାଇଥିବା ହୃଦୟ ବିଦାରକ ଓ ମର୍ମାନ୍ତୁତ ଟ୍ରେନ ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଗଭୀର ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ଜରୁରୀ କାଳୀନ ପରିସ୍ଥିତିରେ ଆହତ ମାନଙ୍କୁ ଉନ୍ନତ ଚିକିତ୍ସା ସେବା ଓ ଆବଶ୍ୟକ ହେଲେ ରକ୍ତଦାନ କରି ଜୀବନ ବଞ୍ଚାଇବା ଆମର ପ୍ରାଥମିକତା ବୋଲି ଆମ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଗଲା ଓ ଆଜି ଅପରାହ୍ନ ତିନିଟା ରେ ଏକ 30ଜଣିଆ ସ୍ବେଚ୍ଛାସେବୀ ଦଳ କଟକ ଡାକ୍ତରଖାନା ପରିଦର୍ଶନ କରିଥିଲେ l କଟକ ଡାକ୍ତରଖାନା ପରିସରରେ ଥିବା କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର ଠାରେ ଏକ ଜରୁରୀ କାଳୀନ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଏଥିରେ ୨୭ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରି ଥିଲେ l ସାଇ ସତସଙ୍ଗ ସେବା ଟ୍ରଷ୍ଟ ଅଧକ୍ଷ ଶିବ ପ୍ରସାଦ ପଣ୍ଡାଙ୍କ ସହ ସ୍ବେଚ୍ଛାସେବୀ ମାନେ ଚିକିତ୍ସିତ ରୋଗୀମାନଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ l