ଲୁଚି କି ବିବାହ କରିଥିଲେ ଅଭିନେତା ସୈଫ ଅଲ୍ଲୀ ଖାଁ

ଅଭିନେତା ସୈଫ ଅଲ୍ଲୀ ହେଉଛନ୍ତି ବଲିଉଡ ଜଗତର ବିଖ୍ୟାତ ଅଭିନେତା । ସେତାଙ୍କ ଦମଦାର ଅଭିନୟ ରେ ସମସ୍ତଙ୍କ ହୃଦୟରେ ଜାଗା କରିଛନ୍ତି । ୧୯୯୧ ରେ ଅମୃତା ସିଂଙ୍କୁ ପ୍ରଥମ ବିବାହ କରିଥିଲେ ସୈଫ । ହେଲେ ଏହି ବିବାହକୁ ସେ ନିଜ ମା’ଙ୍କୁ ବି ଡାକି ନଥିଲେ। ବେଶ ଲୁଚାଛପାରେ ବିବାହ ଅନୁଷ୍ଠିତ ହୋଇଥିଲା। ପରେ ଶର୍ମିଳା ଟାଗୋର ଏକ ସାକ୍ଷାତକାରରେ ପୁଅଙ୍କ ବିବାହକୁ ନେଇ ଏଭଳି ଘଟଣା ଉପରୁ ପରଦା ହଟାଇଥିଲେ।
ସୈଫ-ଅମୃତାଙ୍କ ବିବାହ ପରେ ସମସ୍ତେ ଉତ୍ସୁକତାର ସହ ଖବର ଦେବାକୁ ଚାହିଁଥିଲେ। ଅନେକ ଗଣମାଧ୍ୟମ ମା’ ଶର୍ମିଳାଙ୍କୁ ଯୋଗାଯୋଗ କରିଥିଲେ। ସୈଫ ଓ ଅମୃତାଙ୍କ ଗୋଟଏ ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲେ । ହସ ଓ ଖୁସିରେ ଚାଲିଥିବା ପରିବାର ଏହା କିଛି ବର୍ଷ ପରେ ଏହି ବିବାହ ତିଷ୍ଠି ପାରିନଥିଲା । ୨୦୦୪ ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ଅଭନେତ୍ରୀ କରିନା କପୁର ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ କରିନା ଓ ସୈଫଙ୍କ ଦୁଇଟି ପୁଅ ଅଛନ୍ତି ।ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ହେଉଛନ୍ତି ସୈଫ ଓ ଅମୃତା ପ୍ରଥମ ସନ୍ତାନ ।