କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଙ୍କ ଦ୍ବିତୀୟ ଇନିଂଶ , ବାନ୍ଧି ହେଲେ ବିବାହ ବନ୍ଧନ ରେ

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି 2ୟ ବିବାହ କରିଛନ୍ତି । ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରିଛନ୍ତି ଦିବ୍ୟଶଙ୍କର ।

କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଙ୍କ ଦ୍ବିତୀୟ ଇନିଂଶ , ବାନ୍ଧି ହେଲେ ବିବାହ ବନ୍ଧନ ରେ

କ୍ୟାପଟେନଙ୍କ ସେକେଣ୍ଡ ଇନିଂସ୍‌; ପ୍ରିୟଙ୍କାଙ୍କ ହାତ ଧରିଲେ ବିଧାୟକ ଦିବ୍ୟଶଙ୍କର

ଆଜି ସକାଳେ ପ୍ରଥମେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା । ଆଉ ଅପରାହ୍ନରେ ହୋଇଥିଲା ବାହାଘର । ଯାହାକୁ ନେଇ ବେଶ୍ ଖୁସି ତାଙ୍କ ସମର୍ଥକ । ଉଭୟ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କାଙ୍କ ଏ ହେଉଛି ଦ୍ୱିତୀୟ ବିବାଦ । ନିଜ ନିଜର ପ୍ରଥମ ବୈବାହିକ ଜୀବନରେ କୌଣସି କାରଣକୁ ନେଇ ବିବାଦ ଉଠିଥିଲା ।

ଭବାନୀପାଟଣା/ପିପିଲି: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ଦ୍ବିତୀୟ ଥର ପାଇଁ ବିବାହ ବେଦୀରେ ବସିଛନ୍ତି। ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ଜଣେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରି ନୂଆ ଜୀବନ ଯାତ୍ରା ଆରମ୍ଭ କରିଛନ୍ତି। ଉଭୟ ବର ଓ କନ୍ୟା ପକ୍ଷରୁ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। ପୁରୀ ଜିଲ୍ଲା ପିିପିଲିସ୍ଥିତ ହୋଟେଲ ‘ଆଭେଞ୍ଚର’ରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ସମାରୋହରେ ସମ୍ପର୍କୀୟ ଓ ଅତି ପାଖ ଲୋକ ହିଁ ସାମିଲ ହୋଇଥିଲେ। ସବୁ ଲୋକଙ୍କୁ ବିବାହ ଉତ୍ସବକୁ ଛଡାଯାଇ ନଥିଲା। ଅର୍ଥାତ ଯେଉଁମାନଙ୍କ ନିକଟରେ ପ୍ରବେଶ ପାଇଁ ପାସ୍‌ ଥିଲା, ସେମାନଙ୍କୁ ଛଡାଯାଇଥିଲା। ବିମାହ କାର୍ଯ୍ୟକ୍ରମରେ ମୋଟ ୬୦ ଜଣ ଲୋକ ଯୋଗଦେଇଥିଲେ।

ସୂଚନାଯୋଗ୍ୟ, କିଛି ଦିନ ହେଲା, କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା। ସେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣ ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ। ଦିବ୍ୟଶଙ୍କର ପୁଅ ଅଛନ୍ତି। ସେ ଏବେ ଲଣ୍ଡନରେ ପାଠ ପଢ଼ୁଛନ୍ତି। ଏଣେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ଆଗରୁ ସେ ମାନସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କର ପରେ ଛାଡ଼ପତ୍ର ହୋଇଥିଲା।

ଦ୍ୱିତୀୟ ଥର ପାଇଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିବା ରାଜନୀତିର ଏହି ଚର୍ଚ୍ଚିତ ଚେହେରା ଦିବ୍ୟଶଙ୍କର ମିଶ୍ରଙ୍କ ପାଖକୁ ଏବେ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।