ସି ଫୁଡ୍ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ : ଜଲିଗଲା ବିଲ୍ଡିଂର ଦୁଇଟି ଫ୍ଲୋର୍

ସି ଫୁଡ୍ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ : ଜଲିଗଲା ବିଲ୍ଡିଂର ଦୁଇଟି ଫ୍ଲୋର୍

ସି ଫୁଡ୍ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ : ଜଲିଗଲା ବିଲ୍ଡିଂର ଦୁଇଟି ଫ୍ଲୋର୍

ପଟିଆ ସ୍ଥିତ ସାଇ ଆନନ୍ଦମ୍ କମ୍ପ୍ଲେକ୍ସରେ ଥିବା ଶ୍ରିରାଗମ୍ ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ ନାଁରେ ଥିବା ସି ଫୁଡ୍ ଅଫିସରେ ହୋଇଛି ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରି। ବିଳମ୍ବିତ ରାତି ୨ଟା ସମୟରେ ସର୍ଟ ସର୍କିଟ ଯୋଗୁ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର ଏବଂ ଫାଷ୍ଟ୍ ଫ୍ଲୋର ମଧ୍ୟରେ ଥିବା ସମସ୍ତ ଜିନିଷପତ୍ର ଜଳିପୋଡ଼ି ପାଉଁଶ ହୋଇଛି ହଠାତ୍ ଚାରିଆଡ଼େ ନିଆଁ ବ୍ୟାପିବାରୁ ଅଫିସ ଭିତରେ ଶୋଇଥିବା ପାଖାପାଖି ୨୦ ଜଣ କର୍ମଚାରୀ ଫସି ରହିଥିଲେ ।

କଲୋନୀର ସିକ୍ୟୁରିଟି ଗାର୍ଡ ପୋଲିସ୍ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଇନ୍‌ଫୋସିଟି୍‌ ଥାନା ପୋଲିସ, ଦୁଇଟି ପିସିଆର୍‌ ଟିମ୍‌ ସମେତ ଚନ୍ଦ୍ରଶେଖରପୁର ଏବଂ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀର ୩ଟି ୟୁନିଟ୍‌ ନିୟୋଜିତ ଥିଲେ । ଉପସ୍ଥିତ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଫସି ରହିଥିବା ୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।