ସଚେତନତା ବାଇକ ରାଲି l

ରକ୍ତ ଦାନ ପାଇଁ ଜ଼ିଲ୍ଲା ପୋଲିସ ପକ୍ଷରୁ  ମେଗା ସଚେତନତା ବାଇକ ରାଲି l

ସଚେତନତା ବାଇକ ରାଲି l

ସୁବର୍ଣ୍ଣପୁର,,ଆସନ୍ତା ଅଗଷ୍ଟ ମାସ 4 ତାରିଖ ସୋନପୁର ପୋଲିସ ପକ୍ଷ ରୁ ଆୟୋଜିତ  ହେଉଥିବା ବିଶାଳ ରକ୍ତ ଦାନ ଶିବିର ସକାଶେ ଆଜି ଏକ ମେଗା  ସଚେତନତା ରାଲି ଅନୁଷ୍ଟିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ହିକୁଡି ଫାଣ୍ଡି ସମ୍ମୁଖରୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଟାଉନ ଥାନା ଅଧିକାରୀ ପଦ୍ମାଶିନି ମେହେର, ଆର ଆଇ ପ୍ରଦ୍ୟୁମ୍ନ ପଟେଲ ଓ ଫାଣ୍ଡି ଅଧିକାରୀ ଚିତ୍ତ ରଞ୍ଜନ ମହାନନ୍ଦିଆ, ଏସ ଆଇ  ଏକାଦସିଆ  ପଧାନ, ଶ୍ରୀ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ l ମହାନଦୀ ହିକୁଡି ଫାଣ୍ଡି ଠାରୁ  ମା ସୁରେଶ୍ୱରୀ ମନ୍ଦିର ଯାଏ  ବିଭିନ୍ନ  ସ୍ଲୋଗାନ ଦେଇ ଏକ  ସଚେତନତା ବାଇକ ରାଲି କରାଯାଇ ଜନ ସାଧାରଣ ଙ୍କୁ ସଚେତନ କରା ଯାଇ ଥିଲା l ଏବଂ ନୂତନ ରକ୍ତ ଦାତା ଙ୍କ ଆଗ୍ରହ ବଢ଼ାଇ ବାକୁ ଯୁବକ ମାନଙ୍କୁ  ସହର ବାସୀ ଙ୍କୁ  ରକ୍ତ ଦାନ ଓ ପରିବେଶ ପ୍ରତି ମୋଟିଭେସନ କରାଯାଇଥିଲା l ସ୍ୱଚ୍ଛ ଭାରତ, ଯୋଗାଳୟ, ସୋନପୁର କଲେଜ ଏନ ସି ସି,  ଓ ଅନ୍ୟ ଛାତ୍ର ଛାତ୍ରୀ, ଯଶୋଦା ଦେବୀ ନର୍ସିଙ୍ଗ ଛାତ୍ରୀ, ପୁରାତନ ଛାତ୍ର, ଡ୍ରାଇଭର ସଂଘ, ଦେଶ ଫାଲ ମହୋତ୍ସବ କମିଟି, ହିକୁଡି ଯୁବକ ସଂଘ, ରିଜର୍ଭ ପୋଲିସ, ସୋନପୁର ଥାନା ଓ ହିକୁଡି ଫାଣ୍ଡି ପୋଲିସ କର୍ମଚାରୀ ସମେତ ସହର ର ବିଭିନ୍ନ ସଂଗଠନ ର ଶତାଧିକ ସ୍ବେଛାସେବୀ ଲଗାଣ ବର୍ଷା ସତ୍ତ୍ୱେ  ଏହି ରାଲି ରେ ଯୋଗ ଦେଇଥିଲେ l  ରକ୍ତ ଦାତା ମନୋଜ ପଣ୍ଡା, ସ୍ବେଛାସେଵୀ ମନୋରଞ୍ଜନ ତ୍ରିପାଠୀ, ପୋଲିସ ଦିନେଶ ମିଶ୍ର ଓ ଯୁବ ସଂଗଠକ ସିକୁନ ଦାଶ ଏ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର