ପ୍ରଥମ ସ୍ତ୍ରୀ ଓ ୧୨ ବର୍ଷର ଝିଅ ଥାଇ ବାହା ହେଲେ ପ୍ରଧାନଶିକ୍ଷକ ,ଭାଇରଲ ହେଲା ଫଟୋ
ପ୍ରଥମ ସ୍ତ୍ରୀ ଥାଇ ପୁଣି ବାହା ହେଲେ ରସିକିଆ ପ୍ରଧାନ ଶିକ୍ଷକ | ଖାଲି ଏତିକି ନୁହେଁ ଘରେ ୧୨ ବର୍ଷର ଝିଅ ଥାଉ ଥାଉ ପୁଣି ବିବାହ କଲେ ଯାହା କୁ ନେଇ ଏବେ ଅଂଚଳ ରେ ପୁରା ଚର୍ଚ୍ଚା |

ପ୍ରଥମ ସ୍ତ୍ରୀ ଥାଇ ପୁଣି ବାହା ହେଲେ ରସିକିଆ ପ୍ରଧାନ ଶିକ୍ଷକ | ଖାଲି ଏତିକି ନୁହେଁ ଘରେ ୧୨ ବର୍ଷର ଝିଅ ଥାଉ ଥାଉ ପୁଣି ବିବାହ କଲେ ଯାହା କୁ ନେଇ ଏବେ ଅଂଚଳ ରେ ପୁରା ଚର୍ଚ୍ଚା | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୁଜାମାଜୁ ହାଇସ୍କୁଲରେ। ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ହେଲା ଦ୍ୱିତୀୟ ବିବାହ । ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିବା ନେଇ ତାଙ୍କର ପ୍ରଥମ ପତ୍ନୀ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି । କେବଳ ଅଭିଯୋଗ ହୋଇଛି ତାହା ନୁହେଁ ବରଂ ସୋସିଆଲ ମିଡିଆରେ ପ୍ରଧାନଶିକ୍ଷକଙ୍କ ଫଟୋ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଭାଇରଲ ହେବାରେ ଲାଗିଛି । ଯାହାକୁ ନେଇ ପୂରା ଜିଲ୍ଲାରେ ଏବେ ଜୋର ଧରିଛି ଚର୍ଚ୍ଚା।
ପ୍ରଧାନଶିକ୍ଷକ ଜଣକ ନିଜ ବିବାହ ପାଇଁ ସ୍କୁଲର ଷ୍ଟୋର ରୁମରେ କେକ୍ କାଟିବା ସହ ବରଣମାଳ ଅଦଳବଦଳ କରିଛନ୍ତି । ଶିକ୍ଷାନୁଷ୍ଠାନ ଭିତରେ ହୋଇଥିବା ଏହି ବାହାଘରରେ ସ୍କୁଲର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ତାହା ପୁଣି ସ୍କୁଲ ୟୁନିଫର୍ମରେ। କଥା ଏତିକିରେ ସରିନି ବରଂ ଦ୍ୱିତୀୟ ବିବାହର ଖୁସିରେ ସ୍କୁଲରେ ଭୋଜି ବି ହୋଇଥିବା ଜଣାପଡିଛି । ସୂଚନା ମୁତାବକ , ଶ୍ରୀପତୀ ପ୍ରଥମେ ନିରୁପମା ଡାକୁଆ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଉଭୟଙ୍କ ଔରସରୁ ଝିଅ ବି ଜନ୍ମ ହୋଇଛି। ୧୨ ବର୍ଷର ଝିଅ ଘରେ ଥାଉ ଥାଉ ଏବେ ପୁଣି ଜଣଙ୍କୁ ବିବାହ କରିଥିବାରୁ ଥାନାରେ ମାମଲା ରୁଜୁ ହୋଇଛି। ତେବେ ସରକାରୀ ସ୍କୁଲ ହତା ଭିତରେ ଏମିତି ଉତ୍ସବ କେମିତି ହେଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ନିରୁପମା। ସେପଟେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଶ୍ରୀପତି। ସଫେଇ ଦେଇ କହିଛନ୍ତି, ପୁଣି ବିବାହ ହେବା କଥା ସଂପୂର୍ଣ୍ଣ ମିଛ,ଏହା ମୋର ଜନ୍ମଦିନ ପାର୍ଟି । ମତେ ବଦନାମ କରିବାକୁ ଚେଷ୍ଟା ହେଉଛି | ତେବେ ନିୟମ ମୁତାବକ ସ୍କୁଲ ହତା ଭିତରେ ବାହାଘର ହେଉ କି ଜନ୍ମଦିନ ଉତ୍ସବ ଉଭୟ ବେଆଇନ । ଜଣେ ପ୍ରଧାନଶିକ୍ଷକ ସ୍କୁଲ ପରିସରରେ କେମିତି ଏମିତି ବେଆଇନ କାମ କଲେ ତାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ ହେବା ସହ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି ।